କଟକ : ଗତ ୧୯ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଲାଇଥିବା ଏସ୍ସିବି ମେଡିକାଲ୍ର ପିଜି ଡାକ୍ତରମାନେ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ବୁଧବାର ପିଜି ଡାକ୍ତରମାନଙ୍କର ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବା ପରେ ଅପରାହ୍ନରେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡ଼ିଛି। ଏଥିପୂର୍ବରୁ ପିଜି ଡାକ୍ତର ସଂଘ ପକ୍ଷରୁ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଥିଲା। ଅନ୍ୟପକ୍ଷରେ ପିଜି ଡାକ୍ତରଙ୍କ ଜିଦ୍ ଓ ଏହା ଉପରେ ସରକାରଙ୍କ ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଓଡ଼ିଶା ମେଡିକାଲ୍ ଶିକ୍ଷକ ସଂଘ (ଓମ୍ଟା)। ଆଜି ସଂଘର ଏକ ବୈଠକ ବସିଥିଲା। ମେଡିକାଲ୍ କଲେଜର ଡାକ୍ତରମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସରକାର ତତ୍ପରତା ପ୍ରକାଶ କରିବା ସହିତ ରୋଗୀ ସେବା ପାଇଁ ଉତ୍ସାହିତ କରିବା ଦିଗରେ ସରକାର କାର୍ଯ୍ୟ କରିବାକୁ ଓମ୍ଟା ସଭାପତି ଡାକ୍ତର ବିପିନ୍ ବିହାରୀ ପ୍ରଧାନ ଅନୁରୋଧ କରିଛନ୍ତି।
କାର୍ଯ୍ୟରେ ଯୋଗଦେଲେ କନିଷ୍ଠ ଡାକ୍ତର
/sambad/media/post_attachments/wp-content/uploads/2018/03/scb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)