ଭିମ୍‌ସାର ଅଚଳାବସ୍ଥା: ଆଜି ପହଞ୍ଚିବ ତଦନ୍ତ କମିଟି

ସମ୍ବଲପୁର : ଭିମସାର ନିର୍ଦ୍ଦେଶକ ପ୍ର. ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ କନିଷ୍ଠ ଡାକ୍ତରମାନେ ଆଣିଥିବା ବିଭିନ୍ନ ଅଭିଯୋଗ ଉପରେ ତଦନ୍ତ କରିବାକୁ ଏକ ୪ ଜଣିଆ ଅଧିକାରୀ ଦଳ ସୋମବାର ବୁର୍ଲାରେ ପହଞ୍ଚିବ। ଏହି ଦଳ ସେଠାରେ ୨ ଦିନ ରହି ବିଭିନ୍ନ ପକ୍ଷର ମତାମତ ନେବ ଓ ଏହା ଉପରେ ସ୍ବାସ୍ଥ୍ୟ ବିଭାଗକୁ ‌ରିପୋର୍ଟ ପ୍ରଦାନ କରିବ। ସୂଚନା ଅନୁସାରେ, ତଦନ୍ତ କମିଟି ସୋମବାର ଦିନ ୧୦ଟା ୩୦ରେ କନିଷ୍ଠ ଡାକ୍ତର ସଂଘର ସଭାପତି, ଉପସଭାପତି ଏବଂ ସାଧାରଣ ସଂପାଦକଙ୍କ ସହ ଆଲୋଚନା କରିବେ। ଦିନ ୧୨ଟା ୩୦ରେ ଓମ୍‌ଟା ବୁର୍ଲା ଶାଖା ସଭାପତିଙ୍କ ସହ ଆଲୋଚନା କରିବେ। ଅପରାହ୍‌ଣ ୩ଟାରେ ଭିମସାର ନିର୍ଦ୍ଦେଶକ ପ୍ର. ଅଶ୍ବିନୀ ପୂଜାହାରୀଙ୍କୁ ତାଙ୍କ ପକ୍ଷ ରଖିବାକୁ ସମୟ ଦିଆଯାଇଛି। ସେହିପରି ସଂଧ୍ୟା ୫ଟାରେ ତଦନ୍ତକାରୀ ଦଳ ସମ୍ବଲପୁରର ମିଳିତ ନାଗରିକ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କୁ ଭେଟିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର