ନାବାଳିକା ଦୁଷ୍କର୍ମ ମାମଲା : କନିଷ୍ଠ ଯନ୍ତ୍ରୀ, ସହଯୋଗୀ ଗିରଫ

କଙ୍କଡ଼ାହାଡ଼ : କଙ୍କଡ଼ାହାଡ଼ ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀକୁ ପୁଲିସ ଗିରଫ କରିଛି। ଗତକାଲି ମୁଖ୍ୟ ଅଭିଯୁକ୍ତ ଅନୁଗୁଳ ବ୍ଲକର କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂହଙ୍କୁ ଅନୁଗୁଳରୁ କଙ୍କଡ଼ାହାଡ଼ ପୁଲିସ ଉଠାଇ ଆଣି ଗିରଫ କରିଥିବାବେଳେ ଆଜି ତାଙ୍କ ସହଯୋଗୀ ଦିନେଶ ସିଂହକୁ ମହାବିରୋଡ଼ ଗାଁରୁ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କର କାମାକ୍ଷାନଗର ଡାକ୍ତରଖାନାରେ କୋଭିଡ୍ ଓ ଡାକ୍ତରୀ ପରୀକ୍ଷା କରାଯାଇଛି। ଏହି ରିପୋର୍ଟ ଆସିବା ପରେ ଉଭୟଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ଗତ ସୋମବାର ସଂଧ୍ୟା ସମୟରେ କଙ୍କଡ଼ାହାଡ଼ ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଜ ଘରବାଡ଼ି ପଛପଟେ ଛେଳି ଚରାଉଥିବାବେଳେ ତାଙ୍କୁ ଏକାକୀ ପାଇ ଉକ୍ତ ଅଞ୍ଚଳର କ୍ଷମାସାଗର ସିଂହ ଓ ଦିନେଶ ସିଂହ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଏ କଥା କାହା ଆଗରେ ପ୍ରକାଶ କଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ପରେ ପୀଡ଼ିତା ନାବାଳିକା ଏ ସଂପର୍କରେ ତାଙ୍କ ମାଆଙ୍କୁ କହିଥିଲେ। ନାବାଳିକାଙ୍କ ମାଆ ଘଟଣା ସଂପର୍କରେ କଙ୍କଡ଼ାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତନାଘନା କରିଥିଲା। ପ୍ରକାଶଥାଉକି କ୍ଷମାସାଗର କିଛି ଦିନ ତଳେ ଅନୁଗୁଳ ବ୍ଲକ୍‌ରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର