ଦେବଗଡ଼: ୪ ଲକ୍ଷ ଟଙ୍କାର ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ପୌର ପରିଷଦର ଏକ ଠିକା କାମର ୪ ଲକ୍ଷ ଟଙ୍କା ବିଲ କରାଇବାକୁ ଠିକାଦାର କଳିତ କୁମାର କରଙ୍କୁ ୧୦ ହଜାର ଦାବି କରିଥଲେ । ଏ ନେଇ ଶ୍ରୀ କର ଦେବଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ତେବେ ଆଜି ଠିକାଦାର ଶ୍ରୀ କରଙ୍କ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଘରେ ତାଙ୍କୁ ୮୦୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ଶ୍ରୀ ସାହୁଙ୍କୁ ଗିରଫ କରିଛି ଦେବଗଡ଼ ଭିଜିଲାନ୍ସ ।
/sambad/media/post_attachments/wp-content/uploads/2022/10/43eb5fc9-15ea-4b97-94a5-915037dbdaa2.jpg)
ଡିଏସପି ଯୋଗେଶ ପଟେଲ ଓ ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଶ୍ରୀ ସାହୁଙ୍କ ପୁରୁଣାଗଡ଼ ସ୍ଥିତ ବାସ ଭବନ, କାର୍ଯ୍ୟାଳୟ ଓ କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପାଲିସ୍ଥିତ ବାସ ଭବନରେ ଚଢ।ଉ ଜ।ରି ରହିଥିବ। ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/24c03311-c17a-42ed-aaa8-bc2b9f20ba8b.jpg)