ବାଲେଶ୍ବର/ଠାକୁରମୁଣ୍ଡା: ମାର୍କେଟ୍ କମ୍ପ୍ଲେକ୍ସର ଫାଇନାଲ୍ ବିଲ୍ ପାଇଁ ଲାଞ୍ଚ ମାଗିବା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କନିଷ୍ଠ ଯନ୍ତ୍ରୀ (ଜେଇ) ରକ୍ତସିନ୍ଧୁ ସେଠୀଙ୍କୁ ମହଙ୍ଗା ପଡ଼ିଛି। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ପିଏସ୍ କେସ୍ ନଂ-୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଠାକୁରମୁଣ୍ଡା ବ୍ଲକ ସାଲେବେଡ଼ା ଗ୍ରାମ ପଞ୍ଚାୟତ ଡ଼ାଙ୍ଗପାଣି ଗ୍ରାମରେ ୧୦ ଲକ୍ଷ ଟଙ୍କାର ଏକ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ସରିଥିବାବେଳେ ଏହାର ଫାଇନାଲ୍ ବିଲ୍ ପାଇଁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀ ଠିକାଦାର ରଣଜିତ୍ ମହନ୍ତଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ରଣଜିତ୍ ଭିଜିଲାନ୍ସରେ ଅଭିଯୋଗ କରିବା ପରେ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବାକୁ ଯୋଜନା ହୋଇଥିଲା। ଆଜି ସକାଳେ ରଣଜିତ୍ କନିଷ୍ଠ ଯନ୍ତ୍ରୀଙ୍କ ଭଡ଼ା ଘରେ ପହଞ୍ଚି ୪୦ ହଜାର ଟଙ୍କା ଦେବା ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ କର୍ମଚାରୀ ଅତର୍କିତ ଚଢ଼ାଉ କରିଥିଲେ। ତାଙ୍କଠାରୁ ୮୦ଟି ୫ ଶହ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ଭିଜିଲାନ୍ସ ବାଲେଶ୍ବର ଡିଭିଜନ୍ ଏସ୍ପି ସନ୍ତୋଷ ମିଶ୍ରଙ୍କ ନିର୍ଦେଶକ୍ରମେ ବାରିପଦା ଭିଜିଲାନ୍ସ ଡିଏସ୍ପି ଶରତ କୁମାର ମହାପାତ୍ର, ବାରିପଦା ଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଲ କୁମାର ଏକ୍କା, ବାଲେଶ୍ଵର ଭିଜିଲାନ୍ସ ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ, ଏଏସ୍ଆଇ ନବକୁମାର ଦାସ ଓ ଯସ୍ମିତା ପୁଇ ଚଢ଼ଉରେ ସାମିଲ ହୋଇଥିଲେ।
ଧରାପଡ଼ିଲେ ଲାଞ୍ଚୁଆ କନିଷ୍ଠଯନ୍ତ୍ରୀ, ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ନେଉଥିଲେ ୪୦ ହଜାର
/sambad/media/post_attachments/wp-content/uploads/2020/08/g98dj7dg9j7dg98j7d89gjdgjdjdj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)