ବିଜୁଳି ଉପଭୋକ୍ତାଙ୍କୁ କନିଷ୍ଠ ଯନ୍ତ୍ରୀଙ୍କ ମାଡରୁ ଉତ୍ତେଜନା  

ରାଉରକେଲା: ବିଜୁଳି ଉପଭୋକ୍ତାଙ୍କୁ ଜଣେ କନିଷ୍ଠ ଯନ୍ତ୍ରୀ ମାଡ ମାରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏସ୍‌ଡିପିଓ ରାଜେଶ ପାଣ୍ଡେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। କନିଷ୍ଠ ଯନ୍ତ୍ରୀ ପୁଲିସ ଆଗରେ ନିଜର ଭୁଲ୍‌ ସ୍ବୀକାର କରିଥିଲେ। ଆଗାମି ଦିନରେ ଏପରି ଭୁଲ୍‌ କରିବାକୁ କହିଥିଲେ। ବିଶ୍ରା ଥାନା ଅନ୍ତର୍ଗତ ବଜାର ଦାଣ୍ଡରେ ଅନନୁଷ ଖାନ ପରିବାର ରହିନ୍ତି। ବିଜୁଳି ବିଭାଗର କନିଷ୍ଠ ଯନ୍ତ୍ରୀ ଓ କିଛି କର୍ମଚାରୀ ପହଞ୍ଚି ଅନନୁଷଙ୍କୁ ବକେୟା ଟଙ୍କା ମାଗିଥିଲେ। ଅନନୁଷଙ୍କ ବକେୟା ବିଲ୍‌ରୁ ୨ ହଜାର ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ବାକିଥିବା ସବୁତକ ଟଙ୍କା ଦେବାକୁ କହିଥିଲେ। ଅନନୁଷ ଦେଇ ନଥିବାରୁ କର୍ମଚାରୀମାନେ ତାଙ୍କ ଘରକୁ ବିଜୁଳି ସଂଯୋଗ କାଟି ଦେଇଥିଲେ। ଯାହାକୁ ନେଇ କନିଷ୍ଠଯନ୍ତ୍ରୀ ଓ ଅନନୁଷଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ କନିଷ୍ଠ ଯନ୍ତ୍ରୀ ଅନନୁଷଙ୍କୁ ମାଡ଼ ମାରିଥିଲେ। ଗ୍ରାମବାସୀମାନେ ଏକାଠି ହୋଇ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ଘେରାବନ୍ଦୀ କରି ରଖିଥିଲେ। ସୂଚନା ପାଇ ବିଶ୍ରା ପୁଲିସ ଓ ଏସ୍‌ଡିପିଓ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

ସମ୍ବନ୍ଧିତ ଖବର