କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଗ୍ରାମ ଜୟନ୍ତୀନାପୁର ବୈତରଣୀ ନଦୀକୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରାଯାଇଛି। ନିକଟରେ ତାଙ୍କ ବାଇକ ଓ ହେଲମେଟ୍ ରହିଥିବାବେଳେ ଏକ ନୂଆ ପ୍ଲାଷ୍ଟିକ ଦଉଡ଼ିରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଠାବ କରାଯାଇଛି।
ସେ ଗତକାଲି ଦିନ ବେଳୁ ଚମ୍ପୁଆସ୍ଥ ବ୍ଲକ୍ କଲୋନି ସରକାରୀ ବାସଭବନରୁ ନିଖୋଜ ଥିଲେ। ଘରୁ ବାହାରିବା ସମୟରେ ନିଜ ମୋବାଇଲ ଘରେ ଛାଡ଼ି ଦେଇଥିବାରୁ ଘର ଲୋକେ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରି ଥିଲେ ହେଁ ତାଙ୍କର କୌଣସି ଖବର ପାଇ ନ ଥିଲେ। ଆଜି ତାଙ୍କ ଗାଁ ଲୋକେ ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖି ଖବର ଦେବାପରେ ଏ ନେଇ ଚମ୍ପୁଆ ପୁଲିସକୁ ସୂଚନା ଦିଆ ଯାଇଥିବା ଜଣା ପଡ଼ିଛି। ଖବର ପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/je-4.jpg)