ମାଲକାନଗିରି: ପଡ଼ିଆ ବ୍ଲକ ଅନ୍ତର୍ଗତ କୁଟୁମପଲ୍ଲୀ ନଦୀ ଘାଟରେ ଡ଼ଙ୍ଗା ବୁଡି ଜଣେ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଛନ୍ତି। ଏକ ଦେଶୀ ଡ଼ଙ୍ଗାରେ ପେଣ୍ଡୁଲୁବାଇ ଗାଁରୁ କୁଟୁମପଲ୍ଲୀ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ଓଲଟି ପଡିବାରୁ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଛନ୍ତି। ଘଟଣା ସମୟରେ ଡଙ୍ଗାରେ ମୋଟ ୧୪ ଜଣ ଯାତ୍ରୀ ଥିବାର ଜଣାପଡିଛି। ଘଟଣାଟି ଆଜି ସନ୍ଧ୍ୟା ୬ଟାରେ ଘଟିଥିବାର ସୂଚନା ମିଳିଛି। କନିଷ୍ଠ ଯନ୍ତ୍ରୀ ଜଣଙ୍କ କୁଟୁମପଲ୍ଲୀରେ ନିର୍ମାଣାଧୀନ ବ୍ରିଜ୍ କାମରେ ନିୟୋଜିତ ଥିଲେ। ନିଖୋଜ ଯନ୍ତ୍ରୀଙ୍କ ଘର ଉତ୍ତର ପ୍ରଦେଶ ବୋଲି ଜଣାପଡିଛି। ପଡ଼ିଆ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।
ନଦୀଘାଟରେ ଡ଼ଙ୍ଗା ବୁଡ଼ିଲା, କନିଷ୍ଠ ଯନ୍ତ୍ରୀ ନିଖୋଜ
/sambad/media/post_attachments/wp-content/uploads/2018/09/drawn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)