ଧୂମପାନ ନିଷେଧ ଆଇନକୁ ଫୁ : ସର୍ବସାଧାରଣ ସ୍ଥାନରେ କରୋନା କଟକଣାକୁ ଉଂଲଘନ କରି ସିଗାରେଟ ଟାଣିଲେ କନିଷ୍ଠ ଯନ୍ତ୍ରୀ

ବାରିପଦା : ଭାରତରେ ଧୂମପାନ ନିଷେଧ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଆଶା କରାଯାଉଥିଲା ଆଇନକୁ ସମସ୍ତେ ମାନିବେ ବା ସମ୍ମାନ ଦେବେ । କିନ୍ତୁ, ବାରିପଦା ପୌରପରିଷଦରେ ଧୂମପାନ ନିଷେଧ ଆଇନୁ ଫୁ .. ଦେବା ସାଙ୍ଗକୁ କୋଭିଡ଼ କଟକଣାକୁ ଉଲ୍ଲଙ୍ଘନ କରି ସର୍ବସାଧାରଣ ସ୍ଥାନରେ ବାରିପଦା ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମନମୋହନ ମହାପାତ୍ର ଆରାମରେ ସିଗାରେଟ ପିଉଥିବା ବିଷୟ ଜନସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ନଭେମ୍ବର ୧ ତାରିଖ ପୂର୍ବାହ୍ନରେ ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୭ ମଧୁବନ ଗେରେଜ ଛକ ନିକଟରେ ଏକ ଭେଣ୍ଡିଂ ଜୋନର ଲେଆଉଟ ଦେବାକୁ ଯାଇଥିଲେ ପୌରପରିଷଦର କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାପାତ୍ର । ଏହି ସମୟରେ ସର୍ବସାଧାରଣ ସ୍ଥାନ ଓ ସର୍ବସମ୍ମୁଖରେ ସର୍ବନିମ୍ନ ସାମାଜିକ ଦୂରତା ରକ୍ଷା ନ କରିବା ସହ ମୁହଁରେ ମାସ୍କ ନ ଥାଇ ଆରାମରେ ସିଗାରେଟ ପିଉଥିବାର ଦେଖିବାକୁ ମିଳିଥିଲା । ତେବେ ଆଇନରେ ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ଜେଲ ଓ ଜୋରିମାନାର ବ୍ୟବସ୍ଥା ରହିଥିବା ବେଳେ ବାରିପଦା ପୌରପରିଷଦର କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାପାତ୍ର ଧୂମପାନ ନିଷେଧ ଆଇନ ଓ କୋଭିଡ଼-୧୯ ମାର୍ଗଦର୍ଶୀକାକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ବିରୋଧରେ ଧୂମପାନ ନିଷେଧ ଆଇନ ଓ ଡ଼ିଜେଷ୍ଟାର ମ୍ୟାନେଜମେଣ୍ଟ୍ ଆକ୍ଟ୍ ଲାଗୁ କରାଯିବ ନାହିଁ କାହିଁକି ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି ।

ଏବିଷୟରେ ପୌରପରିଷଦର କନିଷ୍ଠ ଯନ୍ତ୍ରୀ ମନମୋହନ ମହାପାତ୍ରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ମୋବାଇଲ ନମ୍ବର ୮୯୧୭୨୫୮୫୧୬ରେ ଯୋଗାଯୋଗ କରିବାରୁ ସେ ମଧୁବନକୁ ଯାଇ ନାହାନ୍ତି । ମିଟିଂକୁ ଯାଉଛି ଫେରିବା ପରେ କଥା ହେବେ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର