ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ବେଗୁନିଆ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବେକୁନିଆ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ। ମସ୍‌ଜିଦ୍‌ ନିର୍ମାଣ ପାଇଁ ସହଯୋଗ କରିବା ସହ ବିଲ୍‌ ପାସ୍‌ କରାଇବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି।

ସୂଚନା ଅନୁଯାୟୀ, ବେଗୁନିଆ ବ୍ଲକ୍‌ ଅନ୍ତର୍ଗତ ରାଉତପଡ଼ା ଗ୍ରାମରେ ଥିବା ମସ୍‌ଜିଦର ନିର୍ମାଣ କାର୍ଯ୍ୟ ବହୁଦିନ ଧରି ପଡ଼ିରହିଛି। ଏହାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁଙ୍କୁ ସେହି ଗ୍ରାମର ଶେଖ୍‌ ମୁସାରଫ୍‌ ଯୋଗାଯୋଗ କରିଥିଲେ। କାମ କରାଇବା ପାଇଁ ସଂଘମିତ୍ରା ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ମାତ୍ର ଏତେ ଟଙ୍କା ଦେବା ପାଇଁ ମୁସାରଫ୍‌ ଅକ୍ଷମତା ପ୍ରକାଶ କରିବାରୁ ମୁଲଚାଲ ୫ ହଜାର ଟଙ୍କାରେ ଛିଣ୍ଡିଥିଲା। ପରବର୍ତ୍ତୀ ସମୟରେ ଏ ନେଇ ମୁସାରଫ୍‌ ଭୁବ‌ନେଶ୍ବର ଭିଜିଲାନ୍ସ ଟିମ୍‌ର ସହାୟତା ଲୋଡ଼ିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଭିଜିଲାନ୍ସ ଟିମ୍‌ ମୁସାରଫ୍‌ଙ୍କ ହାତରେ କେମିକାଲ୍‌ ବୋଳା ୫ ହଜାର ଟଙ୍କା ଦେଇ ସଂଘମିତ୍ରାଙ୍କ ପାଖକୁ ପଠାଇଥିଲେ। ସଂଘମିତ୍ରା ଟଙ୍କା ନେବାମାତ୍ରେ ସେଠାରେ ଛକି ବସିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲେ। ଏନେଇ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ -୧୯/୨୨ରେ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର