କଳିଙ୍ଗ ଷ୍ଟାଡ଼ିୟମ୍‌ରେ ନଭେମ୍ବର ୨୪ରୁ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌, ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୪ ତାରିଖ ଠାରୁ କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ବିଶ୍ବକପ୍‌ ମୁକାବିଲା ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ପୁଲିସ କମିସନର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତିି। ବିଶ୍ୱକପ ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥି ପାଇଁ ଭୁବନେଶ୍ୱର ଡିସିପି ସୁରକ୍ଷା ଦାୟିତ୍ୱରେ ଅଛନ୍ତି।

ସୂଚନାଯୋଗ୍ୟ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସମସ୍ତ ଦଳ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ଏମାନଙ୍କ ପାଇଁ ୧୦ଟି ହୋଟେଲରେ ରହଣି ବ୍ୟବସ୍ଥା ହୋଇଛି। ହୋଟେଲ, ଷ୍ଟାଡିୟମ, ଖେଳାଳି ଓ ରୁଟ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଡା ସୁରକ୍ଷା ଭିତରେ ଖେଳାଳି ମାନେ ବସ୍‌ରେ ହୋଟେଲରୁ ଷ୍ଟାଡିୟମ ଆସିବେ।

ଟିମ୍‌ରେ ୩ ଜଣ ଓଡ଼ିଆ ଖେଳାଳି

ପ୍ରଥମ ଥର ପାଇଁ ଭାରତୀୟ କନିଷ୍ଠ ହକି ଦଳରେ ୩ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ସୁଦୀପ୍ ଚିରାମାକୋ, ସୁନିଲ ଯୋଜୋ ଓ ଅଭିଷେକ ଲାକ୍ରା। ସୁଦୀପ୍ ଚିରମାକୋ ବିଗତ ଦୁଇ ତିନି ବର୍ଷ ହେଲା କନିଷ୍ଠ ଦଳରେ ଅଛନ୍ତି ଏବଂ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। କିନ୍ତୁ ସୁନିଲ ଯୋଜୋ ଓ ଅଭିଷେକ ଲାକ୍ରାଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଛି।

ଷ୍ଟାଡିୟମ୍‌କୁ ଦର୍ଶକ ମନା

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତୀର୍କିୀ କକହିଛନ୍ତି, କୋଭିଡ କଟକଣା ମଧ୍ୟରେ ଏଥର ବିଶ୍ୱକପର ଆୟୋଜନ ହେଉଛି। ତେଣୁ ଦର୍ଶକ ଷ୍ଟାଡିୟମରେ ଖେଳ ଦେଖି ପାରିବେ ନାହିଁ। ତାହା ନିଶ୍ଚିତ ଭାବରେ ଦୁଃଖର ବିଷୟ। ମୁଁ ମଧ୍ୟ ଜଣେ ଖେଳାଳି ଏବଂ ଖେଳ ପ୍ରଶଂସକ ଭାବରେ ଦୁଃଖିତ କିନ୍ତୁ କୋଭିଡ ପାଇଁ କଟକଣା ଲଗାଯାଇଛି।

ସମ୍ବନ୍ଧିତ ଖବର