ଭୁବନେଶ୍ୱର: ହକିପ୍ରେମୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରେ ଦ୍ଵାଦଶ ତମ ପୁରୁଷ ଜୁନିଅର ହକି ବିଶ୍ୱକପ୍-୨୦୨୧ର ଆୟୋଜନ ହେବ। ଜୁନିଅର ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ପୁରୁଷ ଜୁନିଅର ବିଶ୍ୱକପ୍ ହକି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି। ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୬ ଯାଏଁ ବିଶ୍ୱକପ୍ର ମ୍ୟାଚ୍ ଗୁଡ଼ିକ ଖେଳାଯିବ।
/sambad/media/post_attachments/wp-content/uploads/2021/09/93907986-6c70-4589-91d7-884a2c06d3d9.jpg)
କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ପ୍ରେସିଡେଣ୍ଟ ନରେନ୍ଦର ବାତ୍ରା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁୁଷାରକାନ୍ତି ବେହେର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ, ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ସହ ବହୁ କର୍ମକର୍ତ୍ତା ସାମିଲ ଥିଲେ। କୋଭିଡ କଟକଣାରେ ହେବ ହକି ବିଶ୍କପ ମ୍ୟାଚ୍ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/804c3d21-ba43-44df-b57f-af42eea27e99.jpg)