ନକଲି ବିଏଡ ସାର୍ଟିଫିକେଟ୍‌ରେ ଶିକ୍ଷକ ଚାକିରି, ଥାନାରେ ଏତଲା ପରେ କାର୍ଯ୍ୟାନୁଷ୍ଠାନ

ଉମରକୋଟ: ନକଲି ବିଏଡ୍‌ ସାର୍ଟିଫିକେଟ ଓ ମାର୍କ ସିଟ ପ୍ରଦାନ କରି ଜଣେ ଶିକ୍ଷୟତ୍ରୀ ଚାକିରିରୁ ବରଖାସ୍ତ ହୋଇଛନ୍ତି। ନବରଂଗପୁର ଜିଲ୍ଲା ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ଚାକିରିରୁ ବରଖାସ୍ତ ହୋଇଥିବା ଶିକ୍ଷୟିତ୍ରୀ ହେଲେ ସ୍ୱାତିସ୍ୱରଚିତା ନାୟକ। ସେ କନିଷ୍ଠ ଶିକ୍ଷୟତ୍ରୀ ଭାବେ ଉମରକୋଟ ବ୍ଲକ ଅଧିନ ସିର୍ଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।

୨୦୧୮ ମସିହାରେ ସ୍ୱାତିସ୍ୱରଚିତା ଚାକିରି ପାଇବା ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀଭେଙ୍କଟଶ୍ୱର ବିଶ୍ୱବିଦ୍ୟାଳୟରୁ ପାସ୍‌ କରିଥିବା ଦର୍ଶାଇ ବିଏଡ୍‌ ଓ ମାର୍କ ସିଟ ପ୍ରଦାନ କରିଥିଲେ। କିନ୍ତୁ ନବରଙ୍ଗପୁର ଜିଲ୍ଲା ପରିଷଦ ପକ୍ଷରୁ ଶିକ୍ଷୟିତ୍ରୀଙ୍କର ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ବିଏଡ୍‌ ଓ ମାର୍କ ସିଟ ନକଲି ବୋଲି ଜଣଯପଡ଼ିଥିଲା। ଏହାକୁ ଭିତ୍ତି କରି ନବରଙ୍ଗପୁର ଜିଲ୍ଲାପାଳ ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାରଙ୍କୁ ଉମରକୋଟ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ଏ ନେଇ ଉମରକୋଟ ଥାନା ରେ ଏତଲା ଦେଇଛନ୍ତି। ଉମରକୋଟ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର