ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଶୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମହାଲମାଣ୍ଡା ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ-ଯୁବତୀ ଏହି ମହାଲମାଣ୍ଡା ସରକାର ଚାଲିଥିବାରୁ ଚାକିରି ପାଇବାରୁ ବଂଚିତ ହୋଇଛନ୍ତି। ରାଜ୍ୟ ସରକାର ଯେତେବେଳେ ଆବେଦନପତ୍ର ଗ୍ରହଣ କଲେ ସେତେବେଳେ ମହାଲମାଣ୍ଡା କେମିତି ଆସିଲେ, ମହାଲମାଣ୍ଡ-ପ୍ରୋ କେମିତି ଆସିଲେ ବୋଲି ବିଜେପି ପ୍ରଶ୍ନ କରିଛି।

Advertisment

ଏପଟେ ଉଭୟ ବିଜେଡି ଓ ବିଜେପିକୁ କଂଗ୍ରେସ ନେତା ପଂଚାନନ କାନୁନଗୋ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଯେହେତୁ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ରୀୟ ଏଜେନ୍ସି କରାଉଥିଲା, ପ୍ରଥମେ ବିଜେପି ସ୍ପଷ୍ଟୀକରଣ ରଖୁ। ଏପଟେ ବିଜେଡି କହିଛି-ନିର୍ବାଚନ ମାତ୍ର ୩ ମାସ ରହିଲା। କିଏ ଫେକ୍ ତାହା ଓଡ଼ିଶାବାସୀ ଜାଣିଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଜବାବ୍‌ ଦେବେ ବୋଲି ବିଜେଡି ବିଧାୟକ ସୁଧିର ସାମଲ କହିଛନ୍ତି।