ଭୁବନେଶ୍ବର : ୩ଦଫା ଦାବି ନେଇ ଆଜି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଲୋୟର ପିଏମ୍ଜି ଠାରେ ଧାରଣା ଦିଆଯାଇଥିଲା। ସଂଘର ସଭାପତି ଧନଞ୍ଜୟ ଜେନାଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ଆଶାୟୀ ଧାରଣାରେ ବସି ରହିବା ସହ ପ୍ରତିବାଦ ଜଣାଇଥିଲେ। ଦାବି ଗୁଡ଼ିକ ମଧ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ଥିବା ସମସ୍ତ ଶିକ୍ଷକ ପଦବିକୁ ‘କନିଷ୍ଠ ଶିକ୍ଷକ’ ନିଯୁକ୍ତି ମାଧ୍ୟମରେ ପୁରଣ କରିବା, ନିଯୁକ୍ତିର ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବା ଏବଂ ବେଆଇନ୍ ଭାବେ(ବିନା ସିଓଆର୍/ଏନ୍ଓସି)ରେ ଚାଲିଥିବା ସମସ୍ତ ଘରୋଇ ସ୍କୁଲ୍କୁ ବନ୍ଦ କରିବା ଆଦି ରହିଛି। ଅପରାହ୍ଣରେ ସଂଘର ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରତିଶ୍ରୁତି ଦେବା ପରେ ସଂଘ ଧାରଣାରୁ ଓହରି ଥିଲା।
୩ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ଧାରଣା
/sambad/media/post_attachments/wp-content/uploads/2019/11/junior-teachers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)