ଆଜି କଂଗ୍ରେସରେ ଯୋଗ ଦେବେ ଜର୍ଜ

ରାଉରକେଲା: ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଜର୍ଜ ଆସନ୍ତାକାଲି କଂଗ୍ରେସରେ ଯୋଗ ଦେବେ। ଏଥିପାଇଁ ଆଜି ସେ ନିଜ ସମର୍ଥକମାନଙ୍କ ସହିତ ଦିଲ୍ଲୀ ଯାଇଛନ୍ତି। ସେଠାରେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ତାଙ୍କ ସମର୍ଥକମାନେ କହିଛନ୍ତି।

ସମ୍ବନ୍ଧିତ ଖବର