ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ: ୩ ଜମାକାରୀ ଫେରି ପାଇଲେ ଅର୍ଥ

କଟକ: ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ଜରିଆରେ ୩ ଜଣ କ୍ଷୁଦ୍ର ଜମାକାରୀ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ମୁମ୍ବାଇର ପାରସ ରାମପୁରିଆ ପ୍ଲାଣ୍ଟେସନ ସ˚ସ୍ଥା ଜମାକାରୀଙ୍କ ଠାରୁ ଅର୍ଥ ସ˚ଗ୍ରହ ପରେ ପ୍ରତିଶ୍ରୁତି ମୁତାବକ ଆଉ ଟଙ୍କା ଫେରସ୍ତ କରିନଥିଲା ବୋଲି କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। କମିସନ୍‌ ଏହି ସ˚ସ୍ଥାକୁ ନୋଟିସ୍‌ ଜାରି କରିଥିଲେ। ଆଜି କମିସନଙ୍କ ପୁଲିସ ଲାଇନସ୍ଥିତ କାର୍ଯ୍ୟାଳୟରେ ସ˚ସ୍ଥା ପକ୍ଷରୁ ଆଇନଜୀବୀ ଏସ୍‌.ମହାପାତ୍ର ଉପସ୍ଥିତ ଥିବା ତିନି ଜଣ ଜମାକାରୀଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ କରିଛନ୍ତି। ଏଥିସହିତ କମିସନ୍‌ ଏହି କମ୍ପାନି ସ˚ପର୍କିତ ତଦନ୍ତ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି।

ସମ୍ବନ୍ଧିତ ଖବର