୧୪ରୁ ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଗୋଏଲ୍‌ଙ୍କ ତିନିଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର : ଆସନ୍ତା ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌, ନୂଆଦିଲ୍ଲୀ ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲ୍‌ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ନିର୍ଦିଷ୍ଟ କାର୍ଯ୍ୟକ୍ରମ ଅଦ୍ୟାବଧି ସ୍ଥିର ହୋଇନାହିଁ। ଏ ସଂପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜଷ୍ଟିସ୍‌ ଗୋଏଲ୍‌ଙ୍କ ଏହା ବ୍ୟକ୍ତିଗତ ଗସ୍ତ। ସରକାରୀ ଭାବେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ।

ସମ୍ବନ୍ଧିତ ଖବର