୧୧ରେ ସାହିତ୍ୟ ଅକାଦେମିର ‘ବ୍ୟକ୍ତି ଓ ବହି’ କାର୍ଯ୍ୟକ୍ରମ : ଯୋଗଦେବେ ଜଷ୍ଟିସ୍‌ ଅରଜିତ ପଶାୟତ

ଭୁବନେଶ୍ବର : ଆସନ୍ତା ୧୧ ତାରିଖ ସଂଧ୍ୟା ୬ଟାରେ ଉତ୍କଳ ସାହିତ୍ୟ ସମାଜ, କଟକର ଶତାବ୍ଦୀ ଭବନ ଠାରେ ସାହିତ୍ୟ ଅକାଦେମିର ‘ବ୍ୟକ୍ତି ଓ ବହି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଜୀବନ ଉପରେ ବହିର ପ୍ରଭାବ ସଂପର୍କରେ ବକ୍ତବ୍ୟ ଦେବେ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ୍ ଅରଜିତ ପଶାୟତ। ଏଥିରେ ସ୍ବାଗତ ଭାଷଣ ପ୍ରଦାନ କରିବେ ଅକାଦେମିର ସଚିବ କେ. ଶ୍ରୀନିବାସରାଓ। ଏହି କାର୍ଯ୍ୟକ୍ରମରେ ଲେଖକ ଲେଖିକା, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀମାନେ ଯୋଗଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର