କଟକ : ହାଇକୋର୍ଟର ବିଚାରପତି ଜଷ୍ଟିସ ବିଜୟ କୁମାର ନାୟକ ଗୁରୁବାର ଅବସର ଗ୍ରହଣ କରିଛନ୍ତି। ୧୯୫୬ ଫେବ୍ରୁଆରି ୨ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ନାୟକ ୨୦୦୯, ଅକ୍ଟୋବର ୭ତାରିଖରେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପୁରୀ ଜିଲା କାଇମାଟି ଗ୍ରାମରେ ଜନ୍ମିତ ଜଷ୍ଟିସ ନାୟକ ୧୯୮୨ରେ ଆଇନଜୀବୀ ଭାବେ ରାଜ୍ୟ ଆଇନଜୀବୀ ପରିଷଦରେ ନାମ ପଞ୍ଜୀକୃତ କରିଥିଲେ। ପ୍ରଥମେ ପୁରୀ ଓ ପରବର୍ତ୍ତୀ ସମୟରେ ୧୯୮୬ରେ ସେ ହାଇକୋର୍ଟରେ ଓକିଲାତି କରିଥିଲେ। ୧୯୯୬ ମସିହାରେ ଓଏସ୍ଜେଏସ(ସିନିୟର ବ୍ରାଞ୍ଚ)ରେ ମନୋନୀତ ହେବା ପରେ ବଲାଙ୍ଗୀରରେ ଅତିରିକ୍ତ ଜିଲା ଜଜ୍ ଭାବେ ଯୋଗ ଦେଇଥିଲେ। ବଲାଙ୍ଗୀର ଓ ବାଲେଶ୍ୱର ଜିଲ୍ଲାରେ ଦୌରାଜଜ ଭାବେ କାର୍ଯ୍ୟ କରିବା ପରେ ହାଇକୋର୍ଟରେ ୨୦୦୫ ମସିହାରେ ରେଜିଷ୍ଟ୍ରାର(ପ୍ରଶାସନ) ଭାବେ ଯୋଗ ଦେଇଥିଲେ। ପରବର୍ତୀ ସମୟରେ ୨୦୦୭ରେ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ ସେ କାର୍ଯ୍ୟ କରିଥିଲେ। ୨୦୦୮ରେ ସେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ୨୦୦୯, ଅକ୍ଟୋବର ୭ରେ ହାଇକୋର୍ଟରେ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ।
ଅବସର ନେଲେ ଜଷ୍ଟିସ୍ ବି.କେ.ନାୟକ
/sambad/media/post_attachments/wp-content/uploads/2018/02/justice-B.K.Nayak_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)