ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି.କେ ପଟେଲଙ୍କୁ ରାଜ୍ୟ ମାନବାଧିକାର କମିସନ୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଷ୍ଟିସ୍ ପଟେଲଙ୍କୁ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଥିଲା। ରାଜ୍ୟପାଳ ଚୟନ କମିଟିର ସୁପାରିସ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଜଷ୍ଟିସ୍ ପଟେଲ ରାଜ୍ୟ ଖାଉଟି ବିବାଦ ସମାଧନ କମିସନର୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଗତ ଜାନୁଆରିରେ ସେ ଏହି ପଦବିରୁ ଅବସର ନେଇଥିଲେ।
ଚଳିତ ମାସ ୧୪ତାରିଖରେ ଜଷ୍ଟିସ୍ ବିପି ଦାଶ ରାଜ୍ୟ ମାନବାଧିକାର କମିସନ୍ ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିବା ପରେ ଏହି ପଦ ଖାଲି ପଡ଼ିଥିଲା। କମିସନଙ୍କ ନିକଟରେ ଏବେ ବି ହଜାର ହଜାର ମାମଲା ପଡ଼ି ରହିଥିବା ଯୋଗୁଁ ଅଧ୍ୟକ୍ଷଙ୍କ ନିଯୁକ୍ତି ଜରୁରୀ ହୋଇପଡ଼ିଥିଲା। ଏବେ ମାନବାଧିକାର କମିସନରେ ଜଷ୍ଟିସ୍ ରଘୁବୀର ଦାଶ ଓ ଅସୀମ ଅମିତାଭ ଦାସ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/OHRC.jpg)