ଭୁବନେଶ୍ୱର: ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିବ। ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ମାମଲାରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ବୁଧବାର ଏହା କହିଛି।
ବିଜେଡି କହିଛି ଯେ, ମମିତା ମେହେର ମୃତ୍ୟୁ ଘଟଣାରେ ଜଣେ ଦୁଇ ଜଣ ଅଭିଯୁକ୍ତ ଧରାପଡ଼ି ସାରିଛନ୍ତି। ନେତା, ମନ୍ତ୍ରୀ କୌଣସି ଅନୁଷ୍ଠାନକୁ ଯିବା ନୂଆ କଥା ନୁହେଁ। ବିଜେପି ରାଜନୀତି କରୁଛି। କିଛି ଅପରାଧୀଙ୍କ ସହ ଫଟୋ ରହିବା ବଡ଼ କଥା ନୁହେଁ। ଉତ୍ତରପ୍ରଦେଶ ଘଟଣାକୁ ନେଇ ପ୍ରମିଳା ମଲ୍ଲିକ କଟାକ୍ଷ କରି କହିଛନ୍ତି ଯେ, ଗାଡ଼ି ଚଢ଼ାଇବା ଘଟଣାର ତଦନ୍ତ ହେଲା ନାହିଁ କାହିଁକି? ବିଜେପି ଅଯଥାରେ ରାଜନୀତି କରୁଛି।
ନବୀନ ସରକାରଙ୍କ ଉପରେ ଲୋକଙ୍କର ଭରସା ରହିଛି। ମମିତା ମାମଲାରେ ଯିଏ ବି ସଂପୃକ୍ତି ରଖିଥିବ କାର୍ଯ୍ୟାନୁଷ୍ଠାନ ହେବ। ମନ୍ତ୍ରୀ ଇସ୍ତଫା ଦେଲେ ସମସ୍ୟାର ସମାଧାନ ହେବ ନାହିଁ। ମନ୍ତ୍ରୀ ଇସ୍ତଫା ଦେଲେ ମମିତାଙ୍କୁ ନ୍ୟାୟ ମିଳିବ କି? ବୋଲି ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/28b4c7c9-a220-47e7-813b-d0c9862e7923.jpg)