ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଇନ୍ଦ୍ରଜିତ୍‌ ମହାନ୍ତି

କଟକ : ରାଜସ୍ଥାନ ହାଇକୋର୍ଟର ୩୭ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି। ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରା ରବିବାର ଜଷ୍ଟିସ୍‌ ମହାନ୍ତିଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିଧାନସଭା ବାଚସ୍ପତି ସି.ପି. ଯୋଶୀ, ମୁଖ୍ୟ ଶାସନ ସଚିବ ଡି.ବି. ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଜଷ୍ଟିସ ମହାନ୍ତି ପ୍ରଥମେ ୨୦୦୬ ମାର୍ଚ୍ଚ ୩୦ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ୨୦୧୮ ନଭେମ୍ବର ୧୪ ତାରିଖରେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ରାଜସ୍ଥାନରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।

ସମ୍ବନ୍ଧିତ ଖବର