ଅବସର ଗ୍ରହଣ କରିବେ ଜଷ୍ଟିସ ଜେ.ପି.ଦାସ

କଟକ : ହାଇକୋର୍ଟର ବିଚାରପତି ଜଷ୍ଟିସ ଜେ.ପି.ଦାସ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ୧୯୫୭, ମେ’ ୧୯ରେ ଜନ୍ମିତ ଜଷ୍ଟିସ ଦାସ ୨୦୧୯, ମେ’ ୧୮ରେ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଶୁକ୍ରବାର ହେଉଛି ହାଇକୋର୍ଟରେ ତାଙ୍କ ଶେଷ କାର୍ଯ୍ୟ ଦିବସ। ୧୯୬୯ରେ ସେ ମାଟ୍ରିକ୍ ପାସ୍ କରିଥିଲେ। ୧୯୭୩ରେ ପୁରୀ ଏସସିଏସ୍ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିବା ପରେ ସେ ୧୯୭୫ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନା‌େତାକତ୍ତର ପାସ୍ କରିଥିଲେ। ୧୯୭୮ରେ ସେ ଏମ୍.ଏସ୍.ଲ’ କଲେଜରୁ ଏଲଏଲ.ବି. ଡିଗ୍ରି ହାସଲ କରିବା ପରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ୧୯୮୧ରେ ସେ ଓଡ଼ିଶା ଜୁଡିିସିଆଲ ସର୍ଭିସେସରେ ଯୋଗ ଦେଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଦେବୋତ୍ତର କମିସନର ଏବଂ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଭାବେ କାର୍ଯ୍ୟ କରିଥିଲେ। ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ ସେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିିଳିଥିଲା। ୨୦୧୫, ଏପ୍ରିଲ ୧୭ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର