କଟକ : ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରି ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ଜଷ୍ଟିସ୍ ଜାଭେରିଙ୍କ ନୂତନ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଜାଭେରି ୨୦୧୬ ଅଗଷ୍ଟ ୨୪ରୁ କାର୍ଯ୍ୟ କରି ଆସୁଛନ୍ତି। ୧୯୫୮ ଜାନୁଆରି ୫ରେ ଜନ୍ମିତ ଜଷ୍ଟିସ ଜାଭେରି ୨୦୦୪ ମାର୍ଚ୍ଚ ୭ରେ ଗୁଜୁରାଟ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।
ଜଷ୍ଟିସ ଜାଭେରି ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି
/sambad/media/post_attachments/wp-content/uploads/2018/08/justice-K.S.Jhaveri.jpg)
/sambad/media/agency_attachments/2024-07-24t043029592z-sambad-original.webp)