ଜଷ୍ଟିସ୍‌ କେଏସ୍‌ ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଜଷ୍ଟିସ୍‌ କେ ଏସ୍‌ ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି। ସେ ଓଡ଼ିଶା ହାଇକୋର୍ଟର ୩୧ତମ ମୁଖ୍ୟ ବିଚାରପତି ନିଯୁକ୍ତ ହେବେ ବୋଲି ଶୁକ୍ରବାର ଜଣାପଡ଼ିଛି। ସୁପ୍ରିମକୋର୍ଟର କଲେଜିୟମ୍‌ ତାଙ୍କ ନିଯୁକ୍ତି ଲାଗି ସୁପାରିସ କରିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍‌ ରଞ୍ଜନ ଗୋଗେଇ ଏବଂ ଜଷ୍ଟିସ୍‌ ଏମ୍‌ ବି ଲୋକୁରଙ୍କୁ ନେଇ ଗଠିତ କଲେଜିୟମ୍‌ ପକ୍ଷରୁ ଏହା ଆଜି ଆଇନ ମନ୍ତ୍ରାଳୟକୁ ଜଣାଇ ଦିଆଯାଇଛି।

ଅନ୍ୟ ପକ୍ଷରେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍‌ ବିନୀତ ସରନ୍‌ଙ୍କୁ ପଦୋନ୍ନତି ଦିଆଯାଇ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିସ କରାଯାଇଛି । ତାଙ୍କ ସ୍ଥାନରେ ଜଷ୍ଟିସ୍‌ ଜାଭେରୀଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ଚୟନ କରିଛନ୍ତି। ଜାଭେରୀ ଏବେ ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି। ସମସ୍ତ ଯୋଗ୍ୟତା ଓ ବରିଷ୍ଠତାକୁ ଆକଳନ କରି ସୁପ୍ରିମକୋର୍ଟ କଲେଜିୟମ ତାଙ୍କ  ନାମ ଚୟନ କରିଛନ୍ତି।

ସମ୍ବନ୍ଧିତ ଖବର