୫୭୬ ଚିଟ୍‌ଫଣ୍ଡ ସଂସ୍ଥାକୁ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ନୋଟିସ ପାଇଁ ସୁପାରିସ

ଜଷ୍ଟିସ ଏମ୍.ଏମ୍.ଦାସ କମିସନ

କଟକ : ୫୭୬ ଚିଟଫଣ୍ଡ କମ୍ପାନିର ଠିକଣା ମିଳୁ ନାହିଁ। ବିଭିନ୍ନ ସମୟରେ ଏହି ସବୁ ସଂସ୍ଥାର ପଦାଧିକାରୀଙ୍କୁ ଜାରି କରାଯାଇଥିବା ନୋଟିସ୍ ଫେରି ଆସିଛି। ଏହି ସବୁ ସଂସ୍ଥାର ପଦାଧିକାରୀଙ୍କୁ ଖବର କାଗଜରେ ବିଜ୍ଞାପନ ପ୍ରକାଶନ ମାଧ୍ୟମରେ ନୋଟିସ ଜାରି ପାଇଁ ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ୍ ନିଷ୍ପତ୍ତି ନେଇଛନ୍ତି। ଏ ନେଇ କମମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ସପ୍ତମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କାମ ଜୋରଦାର ଚାଲିଥିବାବେଳେ ୭୯ହଜାର ୫୯ ତ୍ରୁଟିପୂର୍ଣ୍ଣ ସତ୍ୟପାଠ ମଧ୍ୟରୁ ୫୬ହଜାର ୮୧୨ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ସଂକ୍ରାନ୍ତରେ ୩୯୪ କମ୍ପାନିଙ୍କୁ ବିଜ୍ଞାପନ ମାଧ୍ୟମରେ ନୋଟିସ ଜାରି କରିବା ପାଇଁ ସୁପାରିଶ କରାଯାଇଛି। ତେବେ ପୃଥକ ଭାବେ ହାଜର ହେବା ପାଇଁ ସଂପୃକ୍ତ କମ୍ପାନିର ପଦାଧିକାରୀଙ୍କ ନିମନ୍ତେ ସମୟ ଧାର୍ଯ୍ୟ ମଧ୍ୟ କରାଯାଇଛି। କମିସନଙ୍କ ନିକଟରେ ହାଜର ହେବା ପାଇଁ ୨୦୧୯, ଏପ୍ରିଲ ୧୫ରୁ ୨୦୧୯, ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର