ଜଷ୍ଟିସ ମଦନ ମୋହନ ଦାସ କମିସନ୍: ନଅ ଜଣ ଫେରି ପାଇଲେ ଜମାଟଙ୍କା

କଟକ : ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ହସ୍ତ‌େକ୍ଷପ ବଳରେ ୯ଜଣ କ୍ଷୁଦ୍ର ଜମାକାରୀ ସେମାନଙ୍କ ଜମା ଟଙ୍କା ଫେରି ପାଇଛନ୍ତି। ଅଲକେମିଷ୍ଟ ଇନଫ୍ରା ରିୟଲିଟି ଲିମିଟେଡ ୯ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିଛନ୍ତି। ନୋଟିସ୍ ପାଇ କମିସନଙ୍କ କାର୍ଯ୍ୟାଳୟରେ ଏହି ସଂସ୍ଥାର ୯ ଜମାକାରୀ ପହଞ୍ଚିଥିବା ବେଳେ ସଂସ୍ଥା ପକ୍ଷରୁ ସେମାନଙ୍କୁ ଅର୍ଥ ଫେରସ୍ତ କରାଯାଇଥିଲା। ଅବଶିଷ୍ଟ ଜମାକାରୀଙ୍କୁ ଜୁଲାଇ ୨୫ରେ ଅର୍ଥ ଫେରସ୍ତ କରିବା ପାଇଁ କମିସନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଜମାକାରୀଙ୍କ ସତ୍ୟପାଠ ଆଧାରରେ ଏହି ସଂସ୍ଥାର ୧୬୫ ଜଣ ଜମାକାରୀଙ୍କୁ କମିସନ୍ ଚିହ୍ନଟ କରିଥିଲେ।

ସମ୍ବନ୍ଧିତ ଖବର