କଟକ,: ଚିିଟ୍ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ ତଦନ୍ତ କମିସନ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ସତ୍ୟପାଠ ଦାଖଲର ସମୟସୀମା ୨୦୧୯, ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସତ୍ୟପାଠ ଦାଖଲର ସମୟସୀମା ୨୦୧୮, ଡିସେମ୍ବର ୩୧ରେ ଶେଷ ହୋଇଥିବା ବେଳେ ଏହା ବଢାଇବା ପାଇଁ ଆଦେଶ ଦିଆଯାଇଛି। ୨୦୧୩ରେ ଚିଟଫଣ୍ତ କମ୍ପାନି ଗୁଡିକର ଶିକାର ବହୁ ଜମାକରୀ ନିର୍ଦ୍ଧାରିତ ସମୟ ସୀମା ଭିତରେ ସତ୍ୟପାଠ ଦାଖଲ କରି ପାରି ନଥିଲେ। ଏପରି ଜମାକରୀଙ୍କ ପାଇଁ କମିସନ ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮, ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଧାର୍ଯ୍ୟ ସମୟସୀମା ଭିତରେ ୪ ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିବା ବେଳେ ବହୁ ଜମାକାରୀ ବିଭିନ୍ନ କାରଣରୁ ଏହି ସୁଯୋଗର ଫାଇଦା ନେଇ ପାରି ନଥିଲେ। ବହୁ କ୍ଷତିଗ୍ରସ୍ତ ଜମାକାରୀ ଓ ବିଶିଷ୍ଟ ବ୍ୟକ୍ତି ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରିବାକୁୁ କମିସନଙ୍କୁ ଅନୁରୋଧ କରିଥିଲେ। ଏହା ପରେ ସତ୍ୟପାଠ ଦାଖଲର ସମୟସୀମା ଜାନୁଆରି ୩୧ ପର୍ଯ୍ୟନ୍ତ କମିସନ ବୃଦ୍ଧି କରିଥିବା ବେଳେ ଜମାକାରୀ ରେଜିଷ୍ଟ୍ରଡ୍, ସ୍ପିଡ୍ ପୋଷ୍ଟ ଓ କୋରିଅର ଜାରିଆରେ ନିଜ ନାଁ ଓ ଠିକଣା ସହିତ ଜମାଟଙ୍କା ସ˚ପର୍କିତ ତଥ୍ୟ ଓ କମ୍ପାନିର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। କୌଣସି ପରିସ୍ଥିତିରେ ସିଧା ସଳଖ ହାତରେ ସତ୍ୟପାଠ ଗ୍ରହଣ କରାଯିବ ନାହିଁ। ଜାନୁଆରି ୩୧ ପରେ ଯଦି କୌଣସି ସତ୍ୟପାଠ ପହଞ୍ଚେ ତେବେ ତାକୁ ବିଚାରକୁ ନିଆଯିବ ନାହିଁ ବୋଲି ବର୍ଦ୍ଧିତ ସମୟସୀମା ସଂପର୍କିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏଥି ସହିତ କୌଣସି ପରିସ୍ଥିତିରେ ଆଉ ସତ୍ୟପାଠ ଦାଖଲ ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଜମାକାରୀ ସ୍ପିଡ୍ ପୋଷ୍ଟ ଓ ରେଜିଷ୍ଟ୍ରଡ୍ ପୋଷ୍ଟ ଜରିଆରେ ଜମାକାରୀ ସତ୍ୟପାଠ ଦାଖଲ କରି ପାରିବେ ବୋଲି ନିୟମ କରାଯାଇଥିବା ବେଳେ ସାନି ବିଜ୍ଞପ୍ତିରେ ଏଥି ସହିତ କୋରିଅର ସର୍ଭିସର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।
ଏଥି ସହିତ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଚିଠି ଲେଖା ଯାଇଛି। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୯, ଫେବ୍ରୁଆରି ୪ରେ ଶେଷ ହେବାକୁ ଯାଉଥିବା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏପରି ପରିସ୍ଥିତିରେ କାର୍ଯ୍ୟକାଳ ବୃଦ୍ଧି କରାଯିବା ପାଇଁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖାଯାଇଛି। ପୂର୍ବରୁ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୮, ଅଗଷ୍ଟ ୪ରେ ସରିବାକୁ ଯାଉଥିବା ବେଳେ ୨୦୧୮, ଜୁଲାଇ ୩୧ରେ ଗୃହ ବିଭାଗ ଏହା ୬ ମାସ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ସୂଚନା ଯୋଗ୍ୟ ଯେ ଚିଟ୍ଫଣ୍ତ୍ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍ ଗଠନ କରାଯାଇଥିଲା। ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର୍.କେ.ପାତ୍ରଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏମ୍.ଏମ୍.ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖ ଦିନ ତଦନ୍ତ ଦାୟିତ୍ବ ଅର୍ପଣ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିିରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସ˚କ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିବା ବେଳେ ଇତିମଧୢରେ କ୍ଷୁଦ୍ର ଜମାକରୀଙ୍କ ପ୍ରସ˚ଗରେ ସରକାରଙ୍କୁ ୫ରି ଅନ୍ତରୀଣ ରିପୋର୍ଟ କମିସନ୍ ପ୍ରଦାନ କରି ସାରିଛନ୍ତି। ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ଚାଲିଥିବା ବେଳେ ଏହା ପରେ ମୂଳ ଟର୍ମ ଅଫ୍ ରେଫରେନ୍ସ ଅଧାରରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/justice-MM-Das.jpg)