ଜଷ୍ଟିସ ଏମ୍. ଏମ୍. ଦାସ କମିସନ୍ : ୯୦ ଅର୍ଥ ଲଗାଣକାରୀ ସଂସ୍ଥାର କ୍ଷୁଦ୍ର ଜମାକାରୀ ଚିହ୍ନଟ

କଟକ : ରାଜ୍ୟରେ ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ ଏମ୍.ଏମ୍.ଦାସ କମିସନ୍ ୯୦ଟି ଅର୍ଥ ଲଗାଣକାରୀ ସଂସ୍ଥାର ୬ ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ଏଥି ମଧ୍ୟରେ ଆଇ କୋର୍ ଗ୍ରୁପର ୩ ହଜାର ୪୧୮ ଜଣ ଓ ନିକ୍ସିଲ ପି.ଏସ୍.ଲିମିଟେଡର ୧ ହଜାର ୫୧ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି। ଗିରଫ ହୋଇ ଜେଲରେ ଥିବା ଆଇ କୋର୍ ମୁଖ୍ୟ ଅନୁକୂଳ ମାଇତିଙ୍କୁ ଝାରପଡା ସ୍ବତନ୍ତ୍ର ଜେଲର ଅଧୀକ୍ଷକଙ୍କ ଜରିଆରେ ୨୦୧୮, ଅଗଷ୍ଟ ୨୯ରେ କମିସନଙ୍କ ନୋଟିସ୍ ପ୍ରଦାନ କରାଯାଇଥିଲେ ମଧ୍ୟ ତଦନ୍ତ ମାମଲାର ଶୁଣାଣି ସମୟରେ ସଂସ୍ଥା ପକ୍ଷରୁ କେହି ହାଜର ହୋଇ ନଥିଲେ। ସେହିପରି ନିକ୍ସିଲ କମ୍ପାନିକୁ ୨୦୧୮, ଜୁଲାଇ ୨୩ରେ ଖବର କାଗଜ ପ୍ରକାଶନ ମାଧ୍ୟମରେ ନୋଟିସ୍ ଜାରି କରାଯାଇଥିବା ବେଳେ କମିସନଙ୍କ ନିକଟରେ ତଦନ୍ତ ମାମଲାର ଶୁଣାଣି ସମୟରେ ସଂସ୍ଥା ପକ୍ଷରୁ କୌଣସି ପ୍ରତିନିଧି ଉପସ୍ଥିତ ନଥିଲେ। ଏପରି ପରିସ୍ଥିତିରେ ଜମାକାରୀଙ୍କ ସତ୍ୟପାଠ ଆଧାରରେ କମିସନ୍ ତଦନ୍ତ ଆଗେଇ ନେଇ ସତ୍ୟପାଠରେ ଥିବା ତଥ୍ୟ ଆଧାରରେ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। କମିସନ୍ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାକୁ ନୋଟିସ୍ ଜାରି କରୁଥିବା ବେଳେ କେତେକ କମ୍ପାନିର ପଦାଧିକାରୀଙ୍କ ସଠିକ୍ ଠିକଣା ମିଳି ପାରୁ ନାହିଁ ଓ ଆଉ କେତେକଙ୍କୁ ବିଭିନ୍ନ କାରଣରୁ ନୋଟିସ୍ ପ୍ରଦାନ କରାଯାଇ ପାରୁ ନାହିଁ। କିନ୍ତୁ କମିସନଙ୍କ ନିକଟରେ ତଦନ୍ତ ମାମଲାର ଶୁଣାଣି ସମୟରେ ଅଧିକାଂଶ ସଂସ୍ଥା ପକ୍ଷରୁ କେହି ପ୍ରତିନିଧି ହାଜର ହେଉ ନାହାନ୍ତି। ଫଳରେ କମିସନଙ୍କ ନିକଟରେ ତଦନ୍ତ ମାମଲା ଗୁଡିକର ଶୁଣାଣିରେ ବିଳମ୍ବ ହେଉଛି। ଷଷ୍ଠ ପର୍ଯ୍ୟାୟରେ ରାଜ୍ୟ ବାହାରର କେତେକ ସ˚ସ୍ଥାକୁ ମଧୢ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର