ଜଷ୍ଟିସ ଏମ୍.ଏମ୍.ଦାସ କମିସନ: ୫୭୬ ସଂସ୍ଥାକୁ ନୋଟିସ

କଟକ : ୫୭୬ ଅର୍ଥ ଲଗାଣକାରୀ ସଂସ୍ଥାକୁ ସମ୍ବାଦପତ୍ର ପ୍ରକାଶନ ମାଧ୍ୟମରେ ନୋଟିସ୍‌। ସଂପୃକ୍ତ ସଂସ୍ଥାଗୁଡ଼ିକର କାର୍ଯ୍ୟାଳୟ ତଥା ପଦାଧିକାରୀଙ୍କ ଠିକଣା ନ ମିଳିବା ଏବଂ ନୋଟିସ ସଂକ୍ରାନ୍ତ ଚିଠି ଫେରିବା ପରେ ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ୍ ଏପରି ପଦକ୍ଷେପ ନେଇଛନ୍ତି। ସଂପ୍ରତି ସପ୍ତମ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କାମ ଜୋରଦାର ଚାଲିଥିବା କମିସନ ୭୯ହଜାର ୫୯ ତ୍ରୁଟିପୂର୍ଣ୍ଣ ସତ୍ୟପାଠ ମଧ୍ୟରୁ ୫୬ହଜାର ୮୧୨ କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ସଂକ୍ରାନ୍ତରେ ୫୭୬ କମ୍ପାନିକୁ ନୋଟିସ ଜାରି କରିଛନ୍ତି। ନୋଟିସ୍ ଜାରି କରାଯାଇଥିବା ସଂସ୍ଥାର ପଦାଧିକାରୀଙ୍କୁ ପୃଥକ ଭାବେ ହାଜର ହେ‌ାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପକ୍ଷ ରଖିବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ କମିସନ ରାଜ୍ୟ ସରକାରଙ୍କୁ ଗତ ଫେବୃୟାରୀ ୧୨ରେ ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର