ଜଷ୍ଟିସ ଏମ୍.ଏମ୍.ଦାସ କମିସନ : ୱେଲଫେୟାର ସଂସ୍ଥାର ୨୫ କ୍ଷୁଦ୍ର ଜମାକାରୀ ଫେରିପାଇଲେ ଅର୍ଥ

କଟକ : ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ ନିର୍ଦ୍ଦେଶ ବଳରେ ଆଜି ୨୫ ଜଣ କ୍ଷୁଦ୍ର ଜମାକରୀ ସେମାନଙ୍କ ଟଙ୍କା ଫେରି ପାଇଛନ୍ତି। ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ କମ୍ପାନି ୧୩୯ଜଣ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ଥିବା ବେଳେ ଆଜି ସଂସ୍ଥା ୨୫ଜଣ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଛି। ପୂର୍ବରୁ ଏହି ସଂସ୍ଥା ୭୧ ଜଣ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିଥିଲା। ଅଗଷ୍ଟ ୧୬ରେ ଅବଶିଷ୍ଟ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ କମିସନ ଏହି ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର