କଟକ : ରାଜ୍ୟରେ ଚିଟ୍ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ପଞ୍ଚମ ପର୍ଯ୍ୟାୟରେ ସାରଧା ଗ୍ରୁପ୍ ଅଫ୍ କମ୍ପାନିଜର ୪ ହଜାର ୯୪୨ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଏହି କ୍ଷତିଗ୍ରସ୍ତ ଜମାକାରୀ ଓ ସାରଧା ଗ୍ରୁପରେ ସେମାନଙ୍କ ନିବେଶ ସଂପର୍କରେ ତଥ୍ୟ ପ୍ରଦାନ କରାଯିବ ବୋଲି କମିସନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟର ସତ୍ୟପାଠ ଯାଞ୍ଚରୁ ସାରଧା ଗ୍ରୁପର ୪୯୪୨ ଜଣ କ୍ଷୁଦ୍ର ଜମାକାରୀଙ୍କ ସଂପର୍କରେ ତଥ୍ୟ ମିଳିଥିଲା। କୋଲକାତାର ଅଲ୍ଲୀପୁର ସେଣ୍ଟ୍ରାଲ କରେକ୍ସନାଲ ହୋମର ଅଧୀକ୍ଷକଙ୍କ ଜରିଆରେ ସାରଧା ଗ୍ରୁପ୍ ମୁଖ୍ୟ ସୁଦୀପ୍ତ ସେନଙ୍କୁ ଏହି ଜମାକରୀଙ୍କ ଦାବି ଉପରେ ଉତ୍ତର ରଖିବାକୁ କମିସନଙ୍କ ନୋଟିସ ୨୦୧୮, ମେ’ ୧ରେ ପ୍ରଦାନ କରାଯାଇଥିଲା। ଏ ସଂପର୍କରେ କରେକ୍ସନାଲ ହୋମ୍ ଅଧୀକ୍ଷକ କମିସନଙ୍କୁ ଅବଗତ କରିଛନ୍ତି। ଏଥି ସହିତ ସୁଦୀପ୍ତ ଏବେ ଆସାମର ଗୌହାଟୀ ଜେଲରେ ଅଛନ୍ତି ବୋଲି ଅଧୀକ୍ଷକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସାରଧା ଗ୍ରୁପ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ ଶ୍ରୀ ସେନ୍ କିମ୍ବା ତାଙ୍କ ପ୍ରତିନିଧି କମିସନଙ୍କ ନିକଟରେ ଉପସ୍ଥିତ ହୋଇ ନଥିଲେ। ଏପରି ପରିସ୍ଥିତିରେ କମିସନ୍ ସତ୍ୟପାଠ ଦାଖଲ କରିଥିବା ସଂସ୍ଥାର ୪ ହଜାର ୯୪୨ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ଆଉ ୧୫ଟି ଚିଟଫଣ୍ଡ ସଂସ୍ଥାର ୨ ହଜାରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍ ଚିହ୍ନଟ କରିଛନ୍ତି। ସେଥିରେ ରାଜ୍ୟ ବାହାରର କେତେକ ସଂସ୍ଥା ମଧ୍ୟ ରହିଥିବା ସୂଚନା ମିଳିଛି। ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ କମିସନ୍ ନୋଟିସ୍ ଜାରି କରିଛନ୍ତି।
ଜଷ୍ଟିସ ଏମ୍.ଏମ୍.ଦାସ କମିସନ: ସାରଧା ଗ୍ରୁପର ୪ ହଜାର ୯ଶହ କ୍ଷୁଦ୍ର ଜମାକାରୀ ଚିହ୍ନଟ
/sambad/media/post_attachments/wp-content/uploads/2018/07/justice-MM-Das-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)