ଓଡ଼ିଶା ହାଇକୋର୍ଟ ଫେରିବେ ଜଷ୍ଟିସ ପ୍ରମଥ ପଟ୍ଟନାୟକ, ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରିବାକୁ ସୁପ୍ରିମକୋର୍ଟର କଲେଜିୟମ ସୁପାରିଶ କରିଛନ୍ତି । ଏଥିପାଇଁ ଜଷ୍ଟିସ ପଟ୍ଟନାୟକ କଲେଜିୟମଙ୍କୁ ଅନୁରୋଧ କରିଥିଲେ । ସେ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ସେବାରତ ଥିଲେ । ତେବେ ୨୦୧୪, ଡିସେମ୍ବର ୨୨ରେ ତାଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କୁ ବଦଳି କରାଯାଇଥିଲା । ସେବେଠାରୁ ସେ ଝାଡ଼ଖଣ୍ଡ ହାଇକୋର୍ଟରେ ସେବାରତ ଥିଲେ । ତେବେ ପୁଣି ନିଜ ଗୃହରାଜ୍ୟକୁ ଫେରିବାକୁ ସେ ଇଚ୍ଛା ପ୍ରକଟ କରି ଓଡିଶାକୁ ବଦଳି ପାଇଁ କଲେଜିୟମଙ୍କୁ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର