ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶତୃଘନ ପୂଜାହାରୀ ଓ ଜଷ୍ଟିସ ଅକ୍ଷୟ କୁମାର ମିଶ୍ର

କଟକ: ଆଜି ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ ଶତୃଘନ ପୂଜାହାରୀ ଓ ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କୁ ଆଜି ସକାଳେ ଓଡ଼ିିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟାନନ୍ଦ ଜାଭେରି ହାଇକୋର୍ଟ ପରିସରରେ ଶପଥପାଠ କରାଇଥିଲେ।
୧୯୫୮ ମସିହାରେ ଜନ୍ମିତ ଡ. ଅକ୍ଷୟ କୁମାର ମିଶ୍ର ଓଡ଼ିିଶା ହାଇକୋର୍ଟର ରେଜିଷ୍ଟାର ଜେନେରାଲ ଭାବେ କାର୍ଯ୍ୟ କରୁଥିଲେ। ପରେ ତାଙ୍କୁ ଓଡ଼ିିଶା ହାଇକେର୍ଟେର ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ।। ସେହିପରି ଜଷ୍ଟିସ ଶତୃଘନ ପୂଜାହାରୀ ଓଡ଼ିଶା ହାଇକୋର୍ଟରୁ ମାଡ଼୍ରାସ ହାଇକୋର୍ଟକୁ ଗତ ୨୦୧୭ ନଭେମ୍ବର ମାସ ୧୪ ତାରିଖରେ ବଦଳି ହୋଇଥିଲେ। ଜଷ୍ଟିସ ପୂଜାହାରୀଙ୍କର ପୁଣି ଓଡ଼ିଶା ହାଇକୋର୍ଟେକୁ ବଦଳି ହେବା ପରେ ସେ ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି।

ସୋମବାର ସକାଳ ୧୦ଟା ୨୧୫ ମିନିଟ ସମୟରେ ଓଡ଼ିଶା ହାଇକୋର୍ଟର ନୂତନ ସୌଧରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରି ଉଭୟ ବିଚାରପତି ଜଷ୍ଟିସ ପୂଜାହାରୀ ଓ ନବନିଯୁକ୍ତ ଜଷ୍ଟିସ ମିଶ୍ରଙ୍କୁ ଶପଥ ପାଠ କରାଇଛନ୍ତି।

ସମ୍ବନ୍ଧିତ ଖବର