କଟକ ସର୍କିଟ୍‌ ହାଉସ୍‌ରେ ଜଷ୍ଟିସ୍‌ ରଘୁବୀର ଦାଶ କମିସନଙ୍କ କାର୍ଯ୍ୟାଳୟ

କଟକ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ପାଇଁ ନବଗଠିତ ଜଷ୍ଟିସ୍‌ ରଘୁବୀର ଦାଶ କମିସନଙ୍କ କାର୍ଯ୍ୟାଳୟ କଟକ ସର୍କିଟ୍‌ ହାଉସ୍‌ରେ ଚାଲିବ। ଏଥିପାଇଁ କମିସନଙ୍କ ପକ୍ଷରୁ ସର୍କିଟ୍‌ ହାଉସ୍‌ର ପ୍ରଥମ ମହଲାର ତିନିଟି ଶୀତତାପ ନିୟନ୍ତ୍ରିତ କୋଠାରୀ ୬, ୭, ୮ ଚୟନ କରାଯାଇଛି। ଆଜି କମିସନଙ୍କ କିଛି ପ୍ରତିନିଧି ସର୍କିଟ୍‌ ହାଉସ୍‌ ପରିଦର୍ଶନ କରିଛନ୍ତି। ସୋମବାର ଜଷ୍ଟିସ୍‌ ରଘୁବୀର ଦାଶ କମିସନଙ୍କୁ ତିନିଟି ଯାକ କୋଠାରୀ ହସ୍ତାନ୍ତର କରାଯିିବ ବୋଲି ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର