ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଶନିବାର ଦିନ ଅବସର ଗ୍ରହଣ କରିଛନ୍ତି । ଅାଜି ବରିଷ୍ଠତମ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡାଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ସଂପର୍କରେ ସମ୍ବିଧାନର ଧାରା ୨୨୩ ଅନୁଯାୟୀ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜଷ୍ଟିସ ସଂଜୁ ପଣ୍ଡାଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ସେ ଆସନ୍ତାକାଲି ବିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିବେ । ପରବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ପଣ୍ଡା ଏହି ଦାୟିତ୍ୱରେ ରହିବେ ।
/sambad/media/post_attachments/wp-content/uploads/2020/01/2a6b3763-521c-4dbb-a9ec-94d275daf10e.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/high-court-bkm.jpg)