ଅବସର ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ କେଏସ ଜାଭେରୀ, ଦାୟିତ୍ୱରେ ରହିବେ ଜଷ୍ଟିସ ସଂଜୁ ପଣ୍ଡା

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଶନିବାର ଦିନ ଅବସର ଗ୍ରହଣ କରିଛନ୍ତି । ଅ‌ାଜି ବରିଷ୍ଠତମ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡାଙ୍କୁ ଅନ୍ତରୀଣ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ସଂପର୍କରେ ସମ୍ବିଧାନର ଧାରା ୨୨୩ ଅନୁଯାୟୀ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜଷ୍ଟିସ ସଂଜୁ ପଣ୍ଡାଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ସେ ଆସନ୍ତାକାଲି ବିଧିବଦ୍ଧଭାବେ ଦାୟିତ୍ୱ ଗ୍ରହଣ କରିବେ । ପରବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ପଣ୍ଡା ଏହି ଦାୟିତ୍ୱରେ ରହିବେ ।

ସମ୍ବନ୍ଧିତ ଖବର