ଗୋଲାମୁଣ୍ତା: ୧୩ ବର୍ଷର ଜଣେ ନାବାଳିକାକୁ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ ଅଭିଯୋଗରେ କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ଥାନା ପୁଲିସ୍ ଚିଚିଆ ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାମତେ, ଗୋଲାମୁଣ୍ତା ଥାନା ଚିଚିଆ ଗ୍ରାମର ମୁକେଶ ଅଘରିଆ (୨୨) ସେହି ଥାନାଞ୍ଚଳର ଜଣେ ୧୩ ବର୍ଷର ନାବାଳିକାକୁ ପ୍ରଥମେ ପ୍ରେମ ଜାଲରେ ଫସାଇ ଅପହରଣ କରିଥିଲା।
ଏନେଇ ଝିଅ ଘର ଲୋକେ ବହୁ ଖୋଜାଖୋଜି କରି ନପାଇବାରୁ ଶେଷରେ ଗୋଲାମୁଣ୍ତା ଥାନାରେ ଏତଲା ଦେଇଥିଲେ। ଏନେଇ ଗୋଲାମୁଣ୍ତା ଆଇଆଇସି ଯୁଗଳ ଶବର ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଯୁବକର ମୋବାଇଲ ଟ୍ରାକିଂ କରି ରାୟଗଡ଼ାରୁ ତାକୁ କାବୁ କରାଯାଇଥିଲା। ପରେ ଅଭିଯୁକ୍ତ ମୁକେଶକୁ କୋର୍ଟଚାଲାଣ କରାଯାଇଥିବା ବେଳେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ନାବାଳିକାର ବୟାନ ରେକର୍ଡ କରାଯାଇ ଶିଶୁ କଲ୍ୟାଣ କମିଟିରେ ଛାଡ଼ି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/arrest-1.jpg)