ସମ୍ବଲପୁର: ଆଜି ଅତିରିକ୍ତ ନ୍ୟାୟ ବୋର୍ଡର ମୁଖ୍ୟ ବିଚାରପତି ଜନକ ରାଉତ ଏକ ଦୁଷ୍କର୍ମ ମାମଲାରେ ଜଣେ ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ନାବାଳକକୁ ୨ ବର୍ଷ ପର୍ଯ୍ୟନ୍ତ ରାଉରକେଲା ସୁଧାର ଗୃହରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡ ଥାନା ହାଡ଼ିପାଲି ଗ୍ରାମରେ ଗତ ୧୩ ସେପ୍‌ଟେମ୍ବର ୨୦୧୦ରେ ଜଣେ ନାବାଳିକା ଏକା ଘରେ ଥିବା ସମୟରେ ଜଣେ ନାବାଳକ ତାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା।

Advertisment

ଘଟଣା ସଂକ୍ରାନ୍ତରେ ନକହିବାକୁ ଧମକ ଦେଇଥିଲା। ମାତ୍ର, ୧୪ ସେପ୍‌ଟେମ୍ବର ୨୦୧୦ରେ ଥାନାରେ ପୀଡ଼ିତା ଏତଲା ଦେଇଥିଲେ। ମାମଲା ରୁଜୁ ହେବା ପରେ କୁଚିଣ୍ଡା ପୁଲିସ ସଂପୃକ୍ତ ନାବାଳକକୁ ଧରିଥିଲା। ଏହି ମାମଲାର ବିଚାର ସମୟରେ ନ୍ୟାୟ ବୋର୍ଡରେ ୧୬ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ସାକ୍ଷ୍ୟ ବୟାନ ଓ ପ୍ରମାଣ ଆଧାରରେ ମୁଖ୍ୟ ବିଚାରପତି ଜନକ ରାଉତ ସଂପୃକ୍ତ ନାବାଳକକୁ ୨ ବର୍ଷ ସୁଧାର ଗୃହରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ମହାନ୍ତି ମାମଲା ପରିଚାଳନା କରିଥିଲେ।