ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ପଞ୍ଚାୟତ ଅଞ୍ଚଳରୁ ଚଳିତ ବର୍ଷ ୧୦ମ ଶ୍ରେଣୀ ପାସ କରିଥିବା ଜଣେ ଛାତ୍ରୀକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କୁଶଙ୍ଗ ଗ୍ରାମର ଅଚ୍ୟୁତ ନାଏକ(୨୪) ଓ ତାର ସହଯୋଗୀ ପପୁ ନାଏକ(୨୩)କୁ ଅଟକ ରଖି ପୁଲିସ ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଦୁଇ ଅଭିଯୁକ୍ତ ଗତ ଶନିବାର ରାତିରେ ଉକ୍ତ ନାବାଳିକାକୁ ଅପହରଣ କରି ନେଇଥିଲେ। ରବିବାର ସକାଳେ ଏକଥା ଛାତ୍ରୀଙ୍କ ପରିବାର ଲୋକେ ଜାଣିବା ପରେ ହରଭଙ୍ଗା ଥାନାରେ ଏତଲା ଦେଇଥିଲେ। ପୁଲିସ ସେମାନଙ୍କ ଫୋନ ଟ୍ରାକିଂ କରି ସେମାନେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲା। ହରଭଙ୍ଗା ଥାନା ଏଏସ୍ଆଇ ପ୍ରାଣବନ୍ଧୁ ସାହୁଙ୍କ ନେତୃତ୍ୱରେ ଏକ ଟିମ ସେଠାକାର ପୁଲିସ ସହାୟତାରେ ନାଗପୁରସ୍ଥିତ ଗୋଟିଏ ଘରୁ ନାବାଳିକାକୁ ଉଦ୍ଧାର କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ଧରି ସୋମବାର ହରଭଙ୍ଗା ଥାନାକୁ ଆଣିଥିଲେ। ସେମାନଙ୍କ ଡାକ୍ତରୀ ମାଇନା କରାଯାଇ ପଚରା ଉଚରା ଜାରି ରହିଛି, ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/904650-503197-arrest.jpg)