ମୋବାଇଲ ପାଇଁ ବିଷ ପିଇ ନାବାଳିକାଙ୍କ ଆତ୍ମହତ୍ୟା

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ଗୌଣିଘଷା ପଞ୍ଚାୟତ ଅର୍ଜୁନଚୂଆ ଗ୍ରାମର ସ୍ୱର୍ଗତ ବୁଦ୍ଧ ମାଝିଙ୍କ ପତ୍ନୀ ପାନସୁରୀ ମାଝି ଝିଅକୁ ମୋବାଇଲ ଚଳାଇବାକୁ ମନା କରିବାରୁ ପାୟୋ(୧୬) ବିଷ ପିଇ ଗତକାଲି ଆତ୍ମହତ୍ୟା କରିଛି। ପୋଲିସ ସୂତ୍ରରୁ ପ୍ରକାଶ ପାୟୋ ସବୁବେଳେ ମୋବାଇଲ ଚଳାଉଥିବାରୁ ତାର ମା ପାନସୁରି ମନା କରିବାରୁ ଗତକାଲି ସେ ଅପରାହ୍ଣରେ ବିଷ ପିଇ ଦେଇଥିଲା। ଚିକିତ୍ସା ପାଇଁ ପାୟୋକୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ରାତି ସାଢ଼େ ୧୦ ଟାରେ ତାର ମୃତ୍ୟୁ ଘଟିଥିଲା। ଏସଆଇ ସୁକଳ କୁମାର ଥେମୁରିଆ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର