ଜୟପୁର ବିମାନବନ୍ଦରକୁ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ନାଁରେ ନାମକରଣ ଦାବି ଉଠିଲା

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବିମାନବନ୍ଦରର ନାଁ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ନାଁରେ ନାମିତ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି। ଜଣେ ସୁସାହିତ୍ୟିକ, ଜ୍ଞାନୀ, ଗୁଣୀ ତଥା ତାଙ୍କ ଦ୍ବାରା ଜୟପୁର ସହରରେ ବିକ୍ରମ ଦେବ ମହାବିଦ୍ୟାଳୟ, ସରକାରୀ ଶ୍ରୀ ବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟ ସହ ବିଶାଖାପାଟଣାର ଆନ୍ଧ୍ରବିଶ୍ବବିଦ୍ୟାଳୟ ସ୍ଥାପନ, ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥାପନ ସମୟରେ ସହଯୋଗ କରିଥିଲେ ରାଜଶ୍ରୀ ବିକ୍ରମଦେବ ବର୍ମା। ଏଭଳି ବିରଳ ବ୍ୟକ୍ତିଙ୍କ ନାଁରେ ବିମାନବନ୍ଦରର ନାଁ କରାଗଲେ ବିଶ୍ବସ୍ତରରେ ସେ ବିଦିତ ହେବେ।

କୋରାପୁଟ ଜିଲ୍ଲା ଓ ଜୟପୁର ଏବଂ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ସଂପର୍କରେ ଅଧିକା ପ୍ରଚାର ଓ ପ୍ରସାର ହୋଇପାରିବ ତେଣୁ ତାଙ୍କ ନାଁ କରାଯାଉ ବୋଲି ଉତ୍କଳ ସମ୍ମିଳନୀ, ବରିଷ୍ଠ ନାଗରିକ ସଂଘ, ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ବିଭିନ୍ନ ସଂଗଠନ, ଅନୁଷ୍ଠାନ ଓ ରାଜନୈତିକ ନେତୃବୃନ୍ଦଙ୍କ  ପକ୍ଷରୁ ଦାବି ହୋଇଛି। ବିଭିନ୍ନ ସଂଗଠନ ପକ୍ଷରୁ  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୌରଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ଉପଅଧ୍ୟକ୍ଷା ବି.ସୁନିତା, ହରିହର କରସୁଧା ପଟ୍ଟନାୟକ, ଡ.ଇନ୍ଦିରା ନନ୍ଦ,ଶ୍ରୀନାଥ ମିଶ୍ର, ବସନ୍ତ ପାତ୍ର, ଯଞେଶ୍ବର ପଣ୍ଡା, ଉଦୟ ଶଙ୍କର ଜାନୀ, ପ୍ରମୋଦ ରାଉଳ, ପ୍ରତାପ ପଟ୍ଟନାୟକ, ଅଜୟ ମିଶ୍ର, ପ୍ରଦୀପ୍ତ ସାହୁ,  ମଦନମୋହନ ନାୟକ, ରାଜେନ୍ଦ୍ର ଗୌଡ଼, ବିନୋଦ ମହାପାତ୍ର, କେସିସି ବ୍ୟାଙ୍କ ସଭାପତି ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ପରମେଶ୍ବର ପାତ୍ର, ଦେବେନ୍ଦ୍ର ବାହିନୀପତି, ବାଲା ରାୟ, ଦେବୀ ପ୍ରସାଦ ହୋତା, ନବକୃଷ୍ଣ ରଥ, କୃଷ୍ଣ ଚନ୍ଦ୍ର ହୋତା, ଏମକେ ଦାଶ, ଗୀତା ପ୍ରକାଶମିଶ୍ର, ଆଶୋକ ମ‌ହାରାଣା, ନିରଂଜନ ପାଣିଗ୍ରାହୀ, ସତୀଶ ନନ୍ଦ, ରଜନୀକାନ୍ତ ନାୟକ, ଅନୁପ ପାତ୍ର, ରବିନ୍ଦ୍ର ପାତ୍ର, ସରୋଜ ଦାଶ, ଗିରିଧର ଖରା, ଆନନ୍ଦ ରଥ, ଲାଲମୋହନ ମିଶ୍ର, ମୁନ୍ନା ସିଂଲାଲ, ସୁଧିର ପାଢ଼ୀ, ଗୌତମ ସାମନ୍ତରାୟ, ସୁବାସ ରାଉତ, ସଂଜୟ ଜୈନ, ଭି ପ୍ରଭାକର ରାଓ, କାଳୀ ପ୍ରସାଦ ପଟ୍ଟନାୟକ , ମନୋଜ ପାତ୍ର, ଧିରେନ ମୋହନ ପଟ୍ଟନାୟକ, ଧର୍ମେନ୍ଦ୍ର ଅଧିକାରୀ, ବାପି ପରିଡ଼ା, କାର୍ତ୍ତିକ ରାଉତ ପ୍ରମୁଖ ଦାବି କରିଛନ୍ତି। ପୂର୍ବରୁ କିଛି ସଂଗଠନ ଗୁଡିକ ପକ୍ଷରୁ ଏ ନେଇ ପ୍ରସ୍ତାବ ସମ୍ବଳିତ ସ୍ମାରକପତ୍ର ରାଜ୍ୟସରକାର ଓକେନ୍ଦ୍ରସରକାରଙ୍କୁ ପ୍ରଦାନ କରାଯିବା ସହ ଟୁଇଟ୍ ବି କରାଯାଇଥିଲା। ପୁଣିଥରେ ବିଭିନ୍ନ ସଂଗଠନ  ଏହି ଦାବିକୁ ନେଇ ଆଉ ଥରେ ସ୍ମାରକପତ୍ର ଦେବାକୁ ନିଷ୍ପତି ନେଇଥିବା ଉପରୋକ୍ତ କର୍ମକର୍ତ୍ତା ମାନେ ସମ୍ବାଦକୁ କହିଛନ୍ତି। କେନ୍ଦ୍ର ବେସାମରିକ ବିଭାଗ, ରାଜ୍ୟସରକାର,  କେନ୍ଦ୍ର ଓ ରାଜ୍ୟସରକାରଙ୍କ ପରିବହନ ବିଭାଗ ମନ୍ତ୍ରୀ, ସଚିବଙ୍କୁ ଚିଠି କରିବା ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି କହିଛନ୍ତି ଜୟପୁର ବିଧାୟକ ।

 

 

ସମ୍ବନ୍ଧିତ ଖବର