ଜୟପୁର: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେବା ସହ ସୋମବାର ପୂର୍ଣ୍ଣ ହେବ। ଏଥି ପାଇଁ ଜୟପୁର ସହର ଉତ୍ସବ ମୁଖର ହୋଇଯାଇଛି। ହିନ୍ଦୁ ସମାଜ ଜୟପୁର ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସଂଧ୍ୟାରେ ସ୍ଥାନୀୟ ରାଜନଗର ଛକରେ କରସେବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ଅଧ୍ୟାତ୍ମିକତାମୟ ସୃଷ୍ଟି କରିବା ପାଇଁ ଭଜନସଂଧ୍ୟା ଆୟୋଜନ କରାଯାଇଥିଲା। ସହରର ପ୍ରତ୍ୟେକ ଘରେ ଗେରୁଆ ପତାକା ଲଗାଯାଇଛି। ସେଭଳି ହନୁମାନ, ରାମ, ରାଧାକୃଷ୍ଣ, ବାଲାଜୀ, ଜଗନ୍ନାଥ ଆଦି ମନ୍ଦିରରେ ବି ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାନ ପ୍ରସ୍ତୁତି ଆରମ୍ଭ ହୋଇଛି। କିଛି ରାମମନ୍ଦିର ଓ ହନୁମାନ ମନ୍ଦିରରେ ଗତ ଦୁଇ ଦିନ ହେବ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଛି।

Advertisment

publive-image

ଜୟପୁରରୁ ଅଯୋଧ୍ୟା ଅଭିମୁଖେ ଯାଇଥିବା କରସେବକ ବାବୁ ଭାଇ ବଜରଙ୍ଗୀ ଆଜି ପହଚିଂଛନ୍ତି। ମୁଖ୍ୟ ଦ୍ବାରରେ ସେ ପହଚିଂଥିବା ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଜି ଜୟପୁର ବ୍ଲକର କଙ୍ଗା, ଜାମୁଣ୍ଡା, ପୁଟ୍ରା, ହାଡିଆ, ଆମ୍ବାଗୁଡା, କାଳିଆଗାଁ, ଘାଟବାଗ୍ରା,ସଲଫା ଆଦି ଗାଁରେ ଶତାଧିକ ରାମଭକ୍ତ ମାନେ ବାଇକରେ ଶୋଭାଯାତ୍ରା କରି ଆସନ୍ତାକାଲି ଉତ୍ସବ ମନାଇବାକୁ ପ୍ରଚାର ଓପ୍ରସାର କରିଥିଲେ। ଲକ୍ଷ୍ମୀନାରାୟଣ ପାଢ଼ୀଙ୍କ ଅବାହକତ୍ବ‌ୋର ରଂଜନ ଦାନୀ, କ୍ଷେତ୍ର ନାୟକ, ବିଶ୍ବନାଥ ମାଳି ପ୍ରମୁଖ ଭାଗ ନେଇଥିଲେ। ସେଭଳି ଶ୍ରବଣ ସଂଗଠନ ପକ୍ଷରୁ ୨୦ଫୁଟ ଲମ୍ବରେ ୧୫ଫୁଟ ଓସାରର ରାମ ଓ ହନୁମାନ ପତାକା ପ୍ରସ୍ତୁତ କରାଯାଇଛି। ଏହି ପତାକାକୁ ଆସନ୍ତାକାଲି ସକାଳ ୭ଟାରେ ପୁରୁଣାଗଡରେ ଶୋଭାଯାତ୍ରା କରି ନାକଟି ଡଙ୍ଗର ପାହାଡ ଉପରେ ଲଗାଯିବ ବୋଲି ଶ୍ରବଣ ସଂଗଠନ ପକ୍ଷରୁ ସୂଚନା ମିଳିଛି। ସୋମବାର ମଧ୍ୟାହ୍ନ ସାଢ଼େ ୩ଟାରେ ଥିବା ହିନ୍ଦୁସମାଜ ଦ୍ବାରା ଆୟୋଜିତ ଶୋଭାଯାତ୍ରାରେ ଭାଗ ନେବା ପାଇଁ ଲୋକଙ୍କ ପ୍ରସ୍ତୁତି ଆଜି ବଜାରରେ ଦେଖିବାକୁ ମିଳିଥିଲା। ବିଭିନ୍ନ ଦୋକାନରେ ବିକ୍ରୀ ହେଉଥିବା‌ ଘେରାଉ ପତକା, ‌କୁର୍ତ୍ତା ଓ ଧୋତି , ଶ୍ରୀରାମ ଲେଖାଥିବା ଚୁନରୀ ବିକ୍ରୀ ଜୋର ଧରିଥିଲା।