ଜୟପୁର: ୨୦୨୧ମସିହାରେ ଜୟପୁର ଉପକାରାଗାର ଆଇଏସଓ ୯୦୦୧:୨୦୧୫ ମାନ୍ୟତା ପାଇଥିଲା। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର (୨୦୨୩ ଅଗଷ୍ଟ ୪) ସ୍ବତନ୍ତ୍ର ଜେଲର ମାନ୍ୟତା ମିଳିଛି। ରାଜ୍ୟ ଗୃହ ବିଭାଗ ସି ବର୍ଗରେ ଜୟପୁର ଉପକାରାଗାରକୁ ଏହି ମାନ୍ୟତାର ବିଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବ। ଜେଲ୍ ସଂସ୍କାରମୂଳକ ପଦକ୍ଷେପ ପାଇଁ ଏହି ମାନ୍ୟତା ପାଇଛି। ଅନୁସଙ୍ଗିକ ଭିତ୍ତିଭୁମିର ବିକାଶ ସାଙ୍ଗକୁ ଅନ୍ତେବାସୀଙ୍କ ସଂସ୍କାରମୂଳକ ପଦକ୍ଷେପ ସହ ସମାଜର ମୁଖ୍ୟ ଧାରାରେ ସାମିଲ ପାଇଁ ଶିଖାଯାଉଥିଲା ଜୀବନ ଜିଇଁବାର କଳା ଓ କୌଶଳ। ଏମାନେ ବିଚାରବିଭାଗୀୟ ହାଜତରୁ ବାହାରିବା ପରେ ନିଜେ ରୋଜଗାରକ୍ଷମ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ କାରଗାର ପକ୍ଷରୁ ବିଭିନ୍ନ ନିଆଯାଇଥିଲା ପଦକ୍ଷେପ ।
ଗତ ୪ବର୍ଷ ତଳେ ୧୫୩ଜଣ ଅନ୍ତେବାସୀ ଙ୍କ ସ୍ଥାନରେ ୪ଟି ରୁମ ମଧ୍ୟରେ ଗାଇ ଗୋରୁଙ୍କ ଭଳି ରହୁଥିଲେ ୪୦୦। ଉପଖଣ୍ଡକାରାଗାର ପରିଧି ୪.୭୨ଏକର ରହିଥିଲେ ହେଁ ଅଧିକାଂଶ ପୁରୁଣା କୋଠା ଓ କାରାଗାର ମଧ୍ୟରେ ରହିଥିବା ପାଚେରୀ ଯୋଗୁଁ ଏହା ସଂକୁଚିତ ହୋଇଯାଇଥିଲା। ଅନ୍ତେବାସୀ ମାନେ ଭଲ ଭାବେ ବୁଲା ବୁଲି ବି କରି ପାରୁନଥିଲେ। କାରାଗାରର କିଛି ପୁରୁଣା କୋଠା ଓ ପାଚେରୀକୁ ଭଙ୍ଗାଯାଇ ନୂଆ ନୂଆ କୋଠା ନିର୍ମାଣ କରାଯାଇଛି। ସଂପ୍ରତି ଏଠାରେ ନୂଆ ଓ ପୁରଣା ମିଶାଇ ୧୧ଟି କୋଠା ତିଆରି ହୋଇଛି। ଅନ୍ତେବାସୀ ମାନେ ରହୁଥିବା ରୁମ ସହ ପୁରା ଜେଲର ହୁଲିଆରେ ଅମୁଳଚୁଳ ପରିବର୍ତ୍ତନ କରାଯାଇଛି।୪ଟି ନୂଆରେ ବଡ ରୁମ ନିର୍ମାଣ ପରେ ରାଜ୍ୟ ଗୃହ ବିଭାଗ ୧୫୩ରୁ ୨୫୭, ପରେ ୨୮୨ ଏବଂ ଏବେ ୩୩୨ଜଣ ଅନ୍ତେବାସୀ ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଆଜି କାରାଗାରରେ ୩୧୯ଜଣ ପୁରୁଷ ଓ ୫ଜଣ ମହିଳା ଏଭଳି ୩୨୪ଜଣ ଅନ୍ତେବାସୀ ରହିଥିବା କହିଛନ୍ତି ନୂଆ ଉପଖଣ୍ଡ କାରାଗାରା ଅଧିକ୍ଷକ ଉମାଶଙ୍କର ମାଝୀ।
ସେଭଳି ୮ଜଣ ପୁରୁଷ ୱାର୍ଡର, ୨ଜଣ ମହିଳା ୱାର୍ଡର, ୩ଜଣ ହାବିଲଦାର, ସହକାରୀ ଅତିରିକ୍ତ ଜେଲର, ନିରୀକ୍ଷକ ପଦବୀ ପୁରଣ ରହିଛି। ତେବେ ଆସିଷ୍ଟାଣ୍ଟ ଜେଲର ପଦବୀ ହିଁ ଖାଲି ରହିଥିବା କହିଛନ୍ତି ଜେଲ ନିରୀକ୍ଷକ ଶ୍ରୀ ମାଝୀ। ଜେଲ ପରିସରରେ ୪ଜଣ ଅନ୍ତେବାସୀ ଚିତ୍ରକରଙ୍କ ଦ୍ବାରା ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଓ ଚିତ୍ର ଆଙ୍କିଛନ୍ତି। ଅନ୍ତେବାସୀଙ୍କ ଦ୍ବାରା ହିଁ ଗେଟ ସମ୍ମୁଖରେ ଜାତୀୟ ପତ୍ତାକା ଉଡାଇବା ପ୍ଲାଗ୍ ପୋଷ୍ଟ ନିର୍ମାଣ କରାଯିବା ସହ ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ଏବେ ଜାତୀୟ ପତ୍ତାକା ବି ଫରଫର୍ ହୋଇ ଉଡୁଛି। ଏହାରି ମଧ୍ୟରେ ପ୍ରଶାସନିକ ଭବନ, ଅଧିକ୍ଷକ, ସହକାରୀ ଜେଲର, ଫାର୍ମାଶିଷ୍ଟ ଆଦିଙ୍କ ଚାମ୍ବର ବି ନୂଆରେ ନିର୍ମାଣ ହୋଇଛି। ଭିଡିଓ କନଫେରନସିଂ ହଲ ଓ ଅନ୍ତେବାସୀଙ୍କୁ ସାକ୍ଷାତ କରିବାକୁ ଆସୁଥିବା ପରିବାରସ୍ବଜନ ମାନେ ଆପେକ୍ଷା କରି ବସିବା ପାଇଁ ୨ଟି ବିଶ୍ରାମଗାର ନିର୍ମାଣ ହୋଇଛି। ଅନ୍ତେବାସୀଙ୍କ ଶାରିରୀକ, ମାନସିକ ଓ ବୈଦ୍ଧିକ ବିକାଶ ଉପରେ ଅଧିକା ଗୁରୁତ୍ବ ଆରୋପ କରି ସେମାନଙ୍କ ସାମାଜିକ ଦାୟିତ୍ବ ସଂପର୍କରେ ସଚେତନ କରାଯାଇ ଯୋଗଶିକ୍ଷା, ସବୁ ଦିନ ସାଉଣ୍ଡବକ୍ସରେ ଅଧ୍ୟାତ୍ମିକ ପ୍ରାର୍ଥନା ଓ ପ୍ରବଚନ ଶୁଣାଯାଉଛି।ସୁରକ୍ଷା ପାଇଁ ସିସିଟିଭି ସହ ସମ୍ମୁଖ ଗେଟରେ ତ୍ରିସ୍ତରୀୟ ଯାଂଚ ବ୍ୟବସ୍ଥା କରାଯାଇଛି। ପରିବାର ସଦସ୍ୟ ଓ ଜ୍ଞାତିକୁଟମ୍ବ ସହ ସାକ୍ଷାତ ଆଲୋଚନାର ସୁଯୋଗ ଦେବା କ୍ରମରେ ଇଣ୍ଟରକମ୍ ଓ ଭାରଚୁଆଲ୍ ମିଟର ବ୍ୟବସ୍ଥା ହୋଇଛି। ଏସବୁ ବ୍ୟବସ୍ଥା ଯୋଗୁଁ ଜେଲ ସ୍ବତନ୍ତ୍ର ଜେଲର ମାନ୍ୟତା ପାଇଛି। ଆଗାମୀ ଦିନରେ ଜେଲ ସଂସ୍କାର କାର୍ଯ୍ୟକ୍ରମରେ ଜେଲର ରୁପରେଖରେ ଅହୁରି ବହୁତ କିଛି ପରିବର୍ତ୍ତନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।