ଜୟପୁର: କୋରାପୁଟ କଳା ଓ କଳାକାର ପକ୍ଷରୁ ଦଶହରାପଡିଆରେ ଆୟୋଜିତ ପୁଷପୁନି-୨୦୨୪ର ଚତୁର୍ଥ ସଂଧ୍ୟାରେ ବିଭିନ୍ନ ଆଦିବାସୀ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆବାହକ ତଥା ସଭାପତି ଧୀରେନ୍ ମୋହନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ରାଣୀ ମେଲେକା, ପର୍ଯ୍ୟଟନ ଅଧିକାରୀ ତଲିନା ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ, ଲତା ଦେବୀ, ସେଣ୍ଟ୍ରାଲ ବ୍ୟାଙ୍କ ଜଟଣିର ବରିଷ୍ଠ ପ୍ରବନ୍ଧକ ପ୍ରଦୀପ କୁମାର ସାହୁ, କେଡିଏଫର ଅଧ୍ୟକ୍ଷ ହିମାଂଶୁ ମହାପାତ୍ର ପ୍ରମୁଖ ଯୋଗ  ଦେଇ ସଂସ୍କୃତି, ପରମ୍ପରା, ଚାଳିଚଳଣୀ, ନୃତ୍ୟ ଏବଂ କଳାକୁ ବଂଚି‌ଲେ ସୁସ୍ଥ ବିକଶିତ ରାଷ୍ଟ୍ର ଗଠନ ହେବ।

Advertisment

publive-image

ଆଦିବାସୀ ପରମ୍ପରାକୁ ବଂଚାଇ ରଖିବା ପାଇଁ ପାଇଁ ଏତେ ବଡ଼ ଆୟୋଜନ କରି ମଂଚ ପ୍ରଦାନ କରିବା ନିଶ୍ଚିତ ରୁପେ କଳାକାର ମାନଙ୍କ ପ୍ରତି ସମ୍ମାନ ଓ ସେମାନଙ୍କୁ ଏହା ଅଗାମୀ ଦିନରେ ଉତ୍ସାହ ଦେବ ବୋଲି କହିଥିଲେ। ମଂଚକୁ ସଂପାଦକ ମନୋଜ ପାତ୍ର ସଂଯୋଜନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଞା ପଣ୍ଡା ଓ ଶ୍ରୀକାନ୍ତ ଦାଶ ସଂଯୋଜନା କରିଥିଲେ। ଆସନ୍ତାକାଲି ବିଭିନ୍ନ ନାଟକ ଦଳ ମାନଙ୍କ ଦ୍ବାରା ହାସ୍ୟରସାତ୍ମକ ନାଟକ ପରିବେଷଣ ହେବ ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି। ଆଜି ରବିବାର ଥିବାରୁ ପଲ୍ଲୀଶ୍ରୀମେଳା, ଖାଦ୍ୟ ମେଳା ଓ ମୀନାବଜାରରେ ବି ପ୍ରବଳ ଜନସମାଗମ ହୋଇଥିଲା।