ଜୟପୁର: ଗତ ୨୯ତାରିଖରୁ ଜୟପୁର ସଦରଥାନା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ସମ୍ବେଦନଶୀଳ ଓ ଅପରାଧ ପ୍ରବଣ ଗାଁ ଗୁଡିକରେ ପକ୍ଷରୁ ରାତି ତମାମ ବ୍ଲକିଂ ଓ ପାଟ୍ରୋଲିଂ କଡ଼ା କଡ଼ି ଯାଂଚ ପ୍ରକ୍ରିୟା। ଏହି କ୍ରମରେ ଗତ କାଲି ରାତିରେ ଆମ୍ବାଗୁଡାରେ ଏହାକୁ କରାଯାଇଥିଲା। ଏଥିରେ ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି , ସବୁ ଥାନାର କର୍ମଚାରୀ, ଆମ୍ବାଗୁଡା ପାଣ୍ଡି ଅଧିକାରୀ ରବିନ୍ଦ୍ର ରଥଙ୍କ ସଦଳବଳ ସହ ଭାଗ ନେଇଥିଲେ।
ଗାଁର ଆରମ୍ଭ ଓ ଶେଷ ମୁଣ୍ଡରେ ବ୍ଲକିଂ କରି ସବୁ ଗାଡ଼ିର ଯାଂଚ କରିଥିଲେ। ୨ଟି ବାଇକ ସହ ୨ଟି ଗାଡିରେ ପାଟ୍ରୋଲିଂ କରାଯାଇଥିଲା। ଆଗାମୀ ଦିନରେ ସଦରଥାନା ଅଂଚଳର ସବୁ ସମ୍ବେଦନଶୀଳ ଓ ଅପରାଧପ୍ରବଣ ଅଂଚଳ ଭାବେ ଚିହ୍ନଟ ଗାଁ ଗୁଡିକରେ ଏହି ପ୍ରକ୍ରିୟା କରାଯିବ ବୋଲି ସଦରଥାନା ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/jpr-senstive-village-janch-1.jpg)