ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜ୍ୟୋତିବିହାର କ୍ୟାମ୍ପସ୍ରେ ଆଜି ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଆଜି ଅନୁଷ୍ଠିତ ସିଣ୍ତିକେଟ୍ର ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଛି। ଗୁରୁବାର ସକାଳ ୯ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ସୋମବାରଠାରୁ ବିଶ୍ୱବିଦ୍ୟାଳୟ ନିର୍ବାଚନ ବାତିଲ ହେବା ପରଠାରୁ କ୍ୟାମ୍ପସ୍ରେ ଉତ୍ତେଜନା ଲାଗି ରହିଥିଲା। ଏବିଭିପି ଓ ବିଜୁ ଛାତ୍ର ଜନତା ପକ୍ଷରୁ ଏହାର ବିରୋଧ କରାଯିବା ସହ ଆନ୍ଦୋଳନ ଜାରି ରହିଥିଲା। ସୋମବାର ରାତିରେ ଏବିଭିପି ପକ୍ଷରୁ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆ ଯାଇଥିବାବେଳେ ବିସିଜେଡି ପକ୍ଷରୁ ରାସ୍ତାରୋକ ହୋଇଥିଲା। ଏହି ଆନ୍ଦୋଳନ ବୁଧବାର ପର୍ଯ୍ୟନ୍ତ ଜାରି ରହିଥିଲା। ବୁଧବାର ଏବିଭିପି ସମର୍ଥକ ଛାତ୍ରଗୋଷ୍ଠୀ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ଧାରଣାରେ ବସିଥିଲେ। ବିଭିନ୍ନ କାରଣରୁ କ୍ୟାମ୍ପସ୍ରେ ଚାପା ଉତ୍ତେଜନା ଥିବାରୁ ଆଇନ୍ଶୃ˚ଖଳା ପରିସ୍ଥିତି ବିଗିଡ଼ିବାର ମଧୢ ଆଶ˚କା ଥିଲା। ତେଣୁ ଏହା ଉପରେ ଆଲୋଚନା କରିବାକୁ ଗୁରୁବାର ସିଣ୍ତିକେଟ୍ର ଜରୁରୀ ବୈଠକ ଡକା ଯାଇଥିଲା। ବୈଠକରେ ବିଭିନ୍ନ ଗୋଷ୍ଠୀର ଛାତ୍ର ପ୍ରତିନିଧିମାନଙ୍କୁ ଡକାଯାଇ ପ୍ରତ୍ୟକ୍ଷ ନିର୍ବାଚନ ବଦଳରେ ପରୋକ୍ଷ ମନୋନୟନ ପ୍ରକ୍ରିୟାରେ ଛାତ୍ରସ˚ସଦ ପ୍ରତିନିଧି ବାଛିବାକୁ ପ୍ରସ୍ତାବ ଦିଆ ଯାଇଥିଲା। କିନ୍ତୁ ଏହାକୁ କୌଣସି ଛାତ୍ର ଗୋଷ୍ଠୀ ଗ୍ରହଣ କରି ନଥିଲେ। ପରିସ୍ଥିତି ବିଗିଡ଼ିବାରୁ ଶେଷରେ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା।