ବାଲେଶ୍ବର: ବୁଧବାର ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ତେବେ ୨୪ ଘଣ୍ଟା ନ ପୁରୁଣୁ ଦଳ ଜ୍ୟୋତିପ୍ରକାଶଙ୍କୁ ବୁଝାଇସୁଝାଇ ଘର ବାହୁଡ଼ାଇ ଆଣିଛି। ଏହା ସହିତ ଜ୍ୟୋତିପ୍ରକାଶଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବାଲେଶ୍ବର ଜିଲ୍ଲା ସଭାପତିର ଦାୟିତ୍ବ ଦିଆଯାଇଛି।
ସୂଚନାଯୋଗ୍ୟ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ନ ଦେବା କାରଣରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଥିଲା। ମାତ୍ର ସେ ଇସ୍ତଫା ଦେବାପରେ ଦଳ ତାଙ୍କୁ ଗୁରୁତ୍ବପ୍ରଦାନ କରି ଏବେ ନୂଆ ଦାୟିତ୍ବ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/11a-1.jpg)