କୌନ ବନେଗା କରୋଡପତି କାର୍ଯ୍ୟକ୍ରମରେ ଜ୍ୟୋତିର୍ମୟୀ

ଭଦ୍ରକ: ଭଦ୍ରକ ଡାକ ମଣ୍ଡଳର ସହକାରୀ ଡାକ ଅଧୀକ୍ଷକ ଜ୍ୟୋତିର୍ମୟୀ ମଲ୍ଲିକ ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ ଭାଗ ନେଇ ମହାନାୟକ ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ହଟ୍‌ ସିଟ୍‌ରେ ବସିଛନ୍ତି।

ଉକ୍ତ କାର୍ଯ୍ୟକ୍ରମ ସୋନି ଟିଭିରେ ଚଳିତ ମାସ ୧୩ ଓ ୧୪ ତାରିଖରେ ପ୍ରସାରିତ ହେବ। ଜ୍ୟୋତିର୍ମୟୀ ଭଦ୍ରକ ଡାକ ମଣ୍ଡଳ ସହଅଧୀକ୍ଷକ ପରମାନନ୍ଦ କଣ୍ଠଙ୍କ ଧର୍ମପତ୍ନୀ। ଶ୍ରୀମତୀ ମଳିକ କଟକ ଜିଲ୍ଲା ବଡମ୍ବା ମୂଳିଆବାଙ୍କ ଅଞ୍ଚଳର ସ୍ବର୍ଗତ ଲୋକନାଥ ମଲ୍ଲିକଙ୍କର ସୁପୁତ୍ରୀ ହୋଇଥିବା ବେଳେ ତାଙ୍କ ଶାଶୂଘର ବିହାର ଦରଭଙ୍ଗାରେ। ଶ୍ରୀମତୀ ମଲ୍ଲିକଙ୍କର ଏହି ସଫଳତା ଉଭୟ ଓଡିଶା ଓ ବିହାର ପାଇଁ ଗୌରବ ଆଣିଛି।

ସମ୍ବନ୍ଧିତ ଖବର